ସୁପ୍ରିମକୋର୍ଟଙ୍କ TET ରାୟ,ତର୍ଜମା କରିବେ ସରକାର – ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଶିକ୍ଷକଙ୍କ ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌) ବାଧ୍ୟତାମୂଳକ। ଏଣିକି ସମସ୍ତ ଶିକ୍ଷକ ବାଧ୍ୟତାମୂଳକ ଦେବେ ଟେଷ୍ଟ । ଦୁଇ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବେ ଶିକ୍ଷକ। ୨୦୧୨ ପୂର୍ବରୁ ଶିକ୍ଷକ ଚାକିରି କରିଥିଲେ ବି ଦେବାକୁ ପଡ଼ିବ ଓଟିଇଟି। ଅବସର ପାଇଁ ୫ବର୍ଷରୁ କମ୍ ଥିଲେ ଦେବାକୁ ପଡ଼ିବନି ଓଟିଇଟି। ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମହାରାଷ୍ଟ୍ରର ଏକ ମାମଲା ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ। […]

ସୁପ୍ରିମକୋର୍ଟଙ୍କ TET ରାୟ,ତର୍ଜମା କରିବେ ସରକାର – ଗଣଶିକ୍ଷା ମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ଶିକ୍ଷକଙ୍କ ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍‌) ବାଧ୍ୟତାମୂଳକ। ଏଣିକି ସମସ୍ତ ଶିକ୍ଷକ ବାଧ୍ୟତାମୂଳକ ଦେବେ ଟେଷ୍ଟ । ଦୁଇ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବେ ଶିକ୍ଷକ।

୨୦୧୨ ପୂର୍ବରୁ ଶିକ୍ଷକ ଚାକିରି କରିଥିଲେ ବି ଦେବାକୁ ପଡ଼ିବ ଓଟିଇଟି। ଅବସର ପାଇଁ ୫ବର୍ଷରୁ କମ୍ ଥିଲେ ଦେବାକୁ ପଡ଼ିବନି ଓଟିଇଟି। ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମହାରାଷ୍ଟ୍ରର ଏକ ମାମଲା ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ।

ଶିକ୍ଷା ଅଧିକାର ଆଇନ ୨୦୦୯ ପ୍ରଚଳନ ପୂର୍ବରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ଏବଂ ଯେଉଁମାନଙ୍କର ଚାକିରିରୁ ଅବସର ଗ୍ରହଣ କରିବାର ସୀମା ‌‌୫ ବର୍ଷରୁ ଅଧିକ ରହିଛି ସେମାନଙ୍କୁ ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ୨ ବର୍ଷର ସମୟସୀମା ଦିଆଯାଇଛି। ଯଦି ଏହି ଶିକ୍ଷକମାନେ ୨ ବର୍ଷ ମଧ୍ୟରେ ଟିଇଟିରେ ଉତ୍ତୀର୍ଣ୍ଣ ହେବେନାହିଁ ତେବେ ସେମାନେ ବାଧ୍ୟତାମୂଳକ ଅବସର ନେବେ।

ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭାଗ ଏହା ଉପରେ ତର୍ଜମା କରିବ। ଶିକ୍ଷକଙ୍କ ସ୍ୱାର୍ଥ ମଧ୍ଯ ଦେଖାଯିବ। ଅନ୍ୟ ରାଜ୍ୟଗୁଡ଼ିକ କଣ ବିଚାରବିମର୍ଶ କରୁଛନ୍ତି ତାକୁ ମଧ୍ଯ ନଜରରେ ରଖାଯିବ। ଅନେକ ଶିକ୍ଷକ ପୂର୍ବରୁ ବିନା ଓଟିଇଟିରେ ଶିକ୍ଷକତା କରୁଛନ୍ତି। କାରଣ ସେମାନଙ୍କ ପାଇଁ ନିର୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥା ନଥିଲା। ଏବେ ଗାଇଡଲାଇନ ହୋଇଛି। ତେଣୁ କଣ କରାଯାଇପାରିବ ତାହା ଉପରେ ଆଲୋଚନା କରିବ ବିଭାଗ।

Tags: