ଧାନର FAQ ମାନ କମ ଥିଲେ କିଣିବେ ସରକାର – ମନ୍ତ୍ରୀ
ଭୁବନେଶ୍ୱର : ଧାନ ଅମଳ ବେଳକୁ ଲଘୁଚାପ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ଧାନ ବେଙ୍ଗଳା କାଟି କେଉଁଠି ବିଲରେ ଥିବାବେଳେ କେଉଁଠି ପୁଣି ଖଳାରେ ପଡିଛି ପାଚିଲା ଧାନ। ଏହି ସମୟରେ ଲଗାତାର ବର୍ଷା ଫଳରେ ପାଚିଲା ଧାନ ନଷ୍ଟ ହେବା ଆଶଙ୍କାରେ ହତାଶ ହୋଇଛନ୍ତି ଚାଷୀକୁଳ । ତେବେ ଏହି ସମୟରେ ବଡ଼ ବୟାନ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଧାନର FAQ ମାନ […]
ଭୁବନେଶ୍ୱର : ଧାନ ଅମଳ ବେଳକୁ ଲଘୁଚାପ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ଧାନ ବେଙ୍ଗଳା କାଟି କେଉଁଠି ବିଲରେ ଥିବାବେଳେ କେଉଁଠି ପୁଣି ଖଳାରେ ପଡିଛି ପାଚିଲା ଧାନ। ଏହି ସମୟରେ ଲଗାତାର ବର୍ଷା ଫଳରେ ପାଚିଲା ଧାନ ନଷ୍ଟ ହେବା ଆଶଙ୍କାରେ ହତାଶ ହୋଇଛନ୍ତି ଚାଷୀକୁଳ । ତେବେ ଏହି ସମୟରେ ବଡ଼ ବୟାନ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଧାନର FAQ ମାନ କମ ଥିଲେ କିଣିବେ ସରକାର । ବର୍ଷାରେ ଯାହାର ଧାନ ନଷ୍ଟ ହୋଇଛି ମାନ ଆକଳନ କରି କ୍ଷତି ପୂରଣ ଦିଆଯିବ । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି Iଓଦା ଧାନ ଶୁଖାଇ ମନ୍ଦିର ବିକ୍ରି ପାଇଁ ସମୟ ଦିଆଯିବ । ବର୍ଷା ପାଇଁ କ୍ୱାଲିଟି କମ ଥିଲେ ବି କଂପ୍ରମାଇଜ କରାଯିବ ।
ସେପଟେ,ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର କହିଛନ୍ତି ଯେ, ଆସନ୍ତା ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ଅଦିନିଆ ବର୍ଷା ହେତୁ ଫସଲର କ୍ଷତି ପାଇଁ ରାଜ୍ୟ ସରକାର ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବେ। ସୋମବାର ଗଣମାଧ୍ୟମ ସହ କଥାବାର୍ତ୍ତା କରି ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଅଯଥା ବର୍ଷା ହେତୁ ଫସଲ କ୍ଷୟକ୍ଷତିର ସଠିକ୍ ମୂଲ୍ୟାଙ୍କନ କରିବାକୁ ଜିଲା ପ୍ରଶାସନକୁ କୁହାଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୂଲ୍ୟାଙ୍କନ କାର୍ଯ୍ୟ ପାଇଁ ଅନପ୍ରଭାବିତ ଅଞ୍ଚଳର ଅଧିକାରୀମାନଙ୍କୁ ମଧ୍ୟ ମୂଲ୍ୟାଙ୍କନ କାର୍ଯ୍ୟରେ ନିୟୋଜନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ପୂଜାରୀ କହିଛନ୍ତି, “ରାଜସ୍ୱ ବିଭାଗର ଅଧିକାରୀମାନେ ବିଭିନ୍ନ ଅଂଚଳରେ ମୂଲ୍ୟାଙ୍କନ ଆରମ୍ଭ କରିସାରିଛନ୍ତି। ସେମାନଙ୍କୁ ତିନି ଦିନ ମଧ୍ୟରେ ମୂଲ୍ୟାଙ୍କନ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।” ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟ ସରକାର କ୍ଷତିପୂରଣ ଦେବେ କାରଣ ସେ କୃଷକମାନଙ୍କୁ ଚିନ୍ତା ନକରିବାକୁ ଅନୁରୋଧ କରିଥିଲେ। ତିନିରୁ ଚାରି ଦିନ ମଧ୍ୟରେ ମୂଲ୍ୟାଙ୍କନ ପ୍ରକ୍ରିୟା ଶେଷ ହେବାର ସମ୍ଭାବନା ରହିଛି। ପାଞ୍ଚ ଦିନ ମଧ୍ୟରେ ଜିଲା ପ୍ରଶାସନ ମାଧ୍ୟମରେ ଚାଷୀଙ୍କୁ ଏହି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ, ଆଜିଠାରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ। ଗୋଟିଏ ଲଘୁଚାପ ପ୍ରଭାବରେ ଗଲା ସପ୍ତାହ ପ୍ରାୟ ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିଥିଲା। ଦୁଇ ଦିନର ବିରତି ପରେ ପୁଣି ଥରେ ବର୍ଷା ଭୟ ଆରମ୍ଭ ହୋଇଯାଇଛି । ୨୪-୨୫ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ଥିବା ନେଇ ଆଗୁଆ ସତର୍କ କରିଛି ପାଣିପାଗ ବିଭାଗ । ବର୍ଷା ଆଶଙ୍କା କରାଯାଇଥିବାରୁ ଚାଷୀଙ୍କୁ ଭୟ ଘାରିଛି।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ରେ ସୂଚନା ଦେଇଛନ୍ତି ଯେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଉତ୍ତର ତାମିଲନାଡ଼ୁ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ହେବ। ପ୍ରଭାବରେ ଓଡ଼ିଶା ଉପରେ ଏକ ନିମ୍ନଚାପ ରେଖା ସୃଷ୍ଟି ସମ୍ଭାବନା ହେତୁ ଦକ୍ଷିଣ-ପୂର୍ବ ଦିଗରୁ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁ ରାଜ୍ୟକୁ ପ୍ରବେଶ କରିବ। ଫଳରେ ଦକ୍ଷିଣ-ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଉତ୍ତର ଉପକୂଳ ଓଡ଼ିଶାରେ ମେଘୁଆ ଆକାଶ ସହ ବର୍ଷାର ସମ୍ଭାବନା ରହିଛି।




