ସରକାରୀ ଦଳ ମୁଖ୍ୟ ସଚେତକ ଉପମୁଖ୍ୟ ସଚେତକ ନିଯୁକ୍ତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପ୍ତଦଶ ବିଧାନସଭା ପାଇଁ ସରକାରୀ ମୁଖ୍ୟ ସଚେତକ ଏବଂ ଉପମୁଖ୍ୟ ସଚେତକ ନିଯୁକ୍ତ କରିଛନ୍ତି I ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ପାଇଥିବାବେଳେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି। ଏନେଇ ସୋମବାର ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ତୁରନ୍ତ ଲାଗୁ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପ୍ତଦଶ ବିଧାନସଭା ପାଇଁ ସରକାରୀ ମୁଖ୍ୟ ସଚେତକ ଏବଂ ଉପମୁଖ୍ୟ ସଚେତକ ନିଯୁକ୍ତ କରିଛନ୍ତି I ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ପାଇଥିବାବେଳେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି। ଏନେଇ ସୋମବାର ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ତୁରନ୍ତ ଲାଗୁ କରିବାକୁ କୁହାଯାଇଛି। ଫଳରେ ଏହି ଦୁଇ ଜଣ ବିଧାନସଭାରେ ତାଙ୍କ ନୂଆ ପଦବିରେ କାର୍ଯ୍ୟ ଆରମ୍ଭ କରିବେ। ମୁଖ୍ୟସଚେତକଙ୍କୁ କ୍ୟାବିନେଟ୍ ପାହ୍ୟା ମିଳୁଥିବାରୁ ସରୋଜ କୁମାର ପ୍ରଧାନଙ୍କୁ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ମିଳିବ। ସେହିପରି ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ମିଳିବ। ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ତାଙ୍କୁ ମିଳିବ।
ଆଜିଠୁ ବିଧାନସଭାର ୨୭ଦିନିଆ ଅଧିବେଶନ ଆରମ୍ଭ ହୋଇଥିବାରୁ ଉଭୟ ତତ୍କାଳ ପ୍ରଭାବରୁ ଏହି ଦାୟିତ୍ୱ ତୁଲାଇବେ ।




