ସରକାରୀ ବାବୁ ଜାଣି ନାହାନ୍ତି କେନ୍ଦ୍ର ଜନହିତକର ଯୋଜନା – ରାଜ୍ୟପାଳ

ଭୁବନେଶ୍ୱର : ରାଜ୍ୟର ସରକାରୀ ବାବୁମାନେ କେନ୍ଦ୍ରର ବିଭିନ୍ନ ଜନହିତକର ଯୋଜନା ବିଷୟରେ ଅଜ୍ଞାତ । ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ରାଜ୍ୟର ୫ ପ୍ରତିଶ୍ରତ ଲୋକ ବିଭିନ୍ନ ସାମାଜିକ ଯୋଜନା ଜାଣିଥିବାବେଳେ ବାକି ୯୫ ପ୍ରତିଶତ ଲୋକ ଏସବୁ ସରକାରୀ ଯୋଜନା ସମ୍ପର୍କରେ ଜାଣିନାହାନ୍ତି। ଜିଲାସ୍ତରୀୟ ବୈଠକରେ ଅନୁଧ୍ୟାନ କରି ବି […]

ସରକାରୀ ବାବୁ ଜାଣି ନାହାନ୍ତି କେନ୍ଦ୍ର ଜନହିତକର ଯୋଜନା – ରାଜ୍ୟପାଳ
Samaya Live Picture
Published On

ଭୁବନେଶ୍ୱର : ରାଜ୍ୟର ସରକାରୀ ବାବୁମାନେ କେନ୍ଦ୍ରର ବିଭିନ୍ନ ଜନହିତକର ଯୋଜନା ବିଷୟରେ ଅଜ୍ଞାତ । ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ରାଜ୍ୟର ୫ ପ୍ରତିଶ୍ରତ ଲୋକ ବିଭିନ୍ନ ସାମାଜିକ ଯୋଜନା ଜାଣିଥିବାବେଳେ ବାକି ୯୫ ପ୍ରତିଶତ ଲୋକ ଏସବୁ ସରକାରୀ ଯୋଜନା ସମ୍ପର୍କରେ ଜାଣିନାହାନ୍ତି। ଜିଲାସ୍ତରୀୟ ବୈଠକରେ ଅନୁଧ୍ୟାନ କରି ବି ମୁଁ ଦେଖିଛି କିଛି ଅଫିସର ମଧ୍ୟ ଏହା ଜାଣିନାହାନ୍ତି। ଏପରିକି ଏଲିଟ ବର୍ଗର ଲୋକେ ବି ଜାଣି ନାହାନ୍ତି ବୋଲି ରାଜ୍ୟପାଳ କହିଛନ୍ତି।

ଏକ କାର୍ଯ୍ୟକ୍ରମ ଅବସରରେ ରାଜ୍ୟପାଳ କହିଛନ୍ତି, ସରକାରୀ ଅଧିକାରୀଙ୍କ ବ୍ୟତୀତ ଓଡିଶାର ପ୍ରାୟ ୯୫ ପ୍ରତିଶତ ଲୋକ ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ସାମାଜିକ ସୁରକ୍ଷା ଯୋଜନା ବିଷୟରେ ଜାଣି ନାହାନ୍ତି । ଯେଉଁମାନେ ବି ଯୋଜନା ବିଷୟରେ ଜାଣିଛନ୍ତି ସେମାନେ ନିଜକୁ ଏଥିରେ ସାମିଲ କରୁନାହାନ୍ତି ।

କେନ୍ଦ୍ର ଲାଗୁ କରିଥିବା ଏହି ସବୁ ଯୋଜନାର ପ୍ରିମିୟମ୍ ରାଶି ଖୁବ କମ ହୋଇଥିବା ବେଳେ ଲୋକେ ସଚେତନ ହୋଇ ଏଥିରେ ସାମିଲ ହେବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାର ଉଦାହରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନା (ବ୍ୟାଙ୍କ ଜମା ଖାତାରେ କାଟୁଥିବା ବୀମା ରାଶି) କଥା କହିଛନ୍ତି ରାଜ୍ୟପାଳ। କେବଳ ଘରର ମୁଖିଆ ନୁହେଁ, ପରିବାରର ସବୁ ସଦସ୍ୟ ସାମିଲ ହୁଅନ୍ତୁ, ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ କିଏ ଦେଇ ନ ପାରିବ ବୋଲି ପଚାରିଛନ୍ତି? ତେବେ ବ୍ୟାଙ୍କରେ ଉପଲବ୍ଧ ହେଉଥିବା ଏହି ଜଣ ହିତକର ବୀମା ରାଶି ବିଷୟରେ କେତେକ ସରକାରୀ ବାବୁ ମଧ୍ୟ ଅଜ୍ଞ ରହିଛନ୍ତି । କିମ୍ବା ଯେଉଁମାନେ ଏବିଷୟରେ ଜାଣିଛନ୍ତି ଏହାର ସଠିକ ଲାଭ ଉଠାଇ ପାରୁନାହାନ୍ତି ।

Tags: