କନିଷ୍ଠ ସ୍କେମାଟିକ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ସରକାର

ଭୁବନେଶ୍ୱର : କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ସ୍କେମାଟିକ ଶିକ୍ଷକ ମାନଙ୍କର ଦରମା ବୃଦ୍ଧି ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ମାନଙ୍କୁ ବର୍ଦ୍ଧିତ ଦରମା ମିଳିବ । ଏଣିକି ଶିକ୍ଷକ ମାନଙ୍କୁ ମାସକୁ ୧୬ ହଜାର ଟଙ୍କା ଦରମା ମିଳିବ। ମାସିକ ଦରମା ୧୧ ହଜାର ଟଙ୍କାରୁ ୧୬ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ସମଗ୍ର […]

କନିଷ୍ଠ ସ୍କେମାଟିକ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ସରକାର
Samaya Live Picture
Published On

ଭୁବନେଶ୍ୱର : କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ସ୍କେମାଟିକ ଶିକ୍ଷକ ମାନଙ୍କର ଦରମା ବୃଦ୍ଧି ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ମାନଙ୍କୁ ବର୍ଦ୍ଧିତ ଦରମା ମିଳିବ । ଏଣିକି ଶିକ୍ଷକ ମାନଙ୍କୁ ମାସକୁ ୧୬ ହଜାର ଟଙ୍କା ଦରମା ମିଳିବ। ମାସିକ ଦରମା ୧୧ ହଜାର ଟଙ୍କାରୁ ୧୬ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ସମଗ୍ର ଶିକ୍ଷା ସ୍କିମ୍‌ ଅନୁସାରେ ଆଜିଠାରୁ ଦରମା ବୃଦ୍ଧି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଆଜିଠାରୁ ବର୍ଦ୍ଧିତ ଦରମା ମିଳିବା ନେଇ ସ୍ପଷ୍ଟ କଲେ ରାଜ୍ୟ ସରକାର ।

Tags: