ନୂଆଖାଇ ପରଦିନ ସରକାରୀ ଛୁଟି

ଭୁବନେଶ୍ୱର : ଅଗଷ୍ଟ ୨୯ ତାରିଖରେ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଶୁକ୍ରବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ କେଉଁ କାରଣରୁ ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି ତାହା ଜଣାପଡି ନଥିଲେ ମଧ୍ୟ ପ୍ରତିବର୍ଷ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପରଦିନ ସରକାରୀ ଛୁଟି ଲାଗି ଦାବି ହୋଇ ଆସୁଥିଲା। ଏପରି କି ପୂର୍ବ […]

ନୂଆଖାଇ ପରଦିନ ସରକାରୀ ଛୁଟି
Samaya Live Picture
Published On

ଭୁବନେଶ୍ୱର : ଅଗଷ୍ଟ ୨୯ ତାରିଖରେ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଶୁକ୍ରବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ କେଉଁ କାରଣରୁ ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି ତାହା ଜଣାପଡି ନଥିଲେ ମଧ୍ୟ ପ୍ରତିବର୍ଷ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପରଦିନ ସରକାରୀ ଛୁଟି ଲାଗି ଦାବି ହୋଇ ଆସୁଥିଲା। ଏପରି କି ପୂର୍ବ ବର୍ଷଗୁଡ଼ିକରେ ଭାଜପା ବିରୋଧୀଦଳରେ ଥିବାବେଳେ ଏହି ଦିନକୁ ସରକାରୀ ଛୁଟିି ପାଇଁ ଅଡ଼ି ବସିଥିଲା। ହେଲେ ତାହା ସମ୍ଭବ ହୋଇପାରୁ ନ ଥିବାବେଳେ ଶୁକ୍ରବାର ଏନେଇ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜସ୍ବମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏସଂକ୍ରାନ୍ତରେ ବିଭାଗୀୟ ଅତିରିକ୍ତ ସଚିବଙ୍କୁ ପତ୍ର ଲେଖି ଫାଇଲ କାର୍ଯ୍ୟ କରିବାକୁ କହିଛନ୍ତି। ଏଥିରୁ ଚଳିତବର୍ଷ ନୂଆଁଖାଇ ପରଦିନକୁ ସରକାର ଛୁଟି ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି ।

Tags: