ଦୀପାବଳି ପାଇଁ ୨୦ ତାରିଖକୁ ଅତିରିକ୍ତ ସରକାରୀ ଛୁଟି ଘୋଷଣା
ଭୁବନେଶ୍ୱର : ଦୀପାବଳି ଛୁଟିକୁ ନେଇ ହଟିଲା ଦ୍ୱନ୍ଦ୍ୱ । ଦୀପାବଳି ପାଇଁ ୨୦ ଏବଂ ୨୧ ତାରିଖକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୦ ତାରିଖକୁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ଅର୍ଥାତ ଦୀପାବଳି ରେ ସରକାରୀ କର୍ମଚାରୀଙ୍କୁ ମିଳିବ ଡବଲ ଖୁସି । କିନ୍ତୁ ୨୧ ତାରିଖରେ ରାଜ୍ୟର ସମସ୍ତ ବ୍ୟାଙ୍କ ଖୋଲା ରହିବ । ଉପନିର୍ବାଚନ ପ୍ରକ୍ରିୟା ପାଇଁ କେବଳ ନୂଆପଡା ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ/ମାଜିଷ୍ଟେରିଆଲ କୋର୍ଟ […]
ଭୁବନେଶ୍ୱର : ଦୀପାବଳି ଛୁଟିକୁ ନେଇ ହଟିଲା ଦ୍ୱନ୍ଦ୍ୱ । ଦୀପାବଳି ପାଇଁ ୨୦ ଏବଂ ୨୧ ତାରିଖକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୦ ତାରିଖକୁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ଅର୍ଥାତ ଦୀପାବଳି ରେ ସରକାରୀ କର୍ମଚାରୀଙ୍କୁ ମିଳିବ ଡବଲ ଖୁସି । କିନ୍ତୁ ୨୧ ତାରିଖରେ ରାଜ୍ୟର ସମସ୍ତ ବ୍ୟାଙ୍କ ଖୋଲା ରହିବ । ଉପନିର୍ବାଚନ ପ୍ରକ୍ରିୟା ପାଇଁ କେବଳ ନୂଆପଡା ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ/ମାଜିଷ୍ଟେରିଆଲ କୋର୍ଟ ଖୋଲା ରଖିବାକୁ ନିର୍ଦେଶ ରହିଛି । ସେହିପରି ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି। କାରଣ ୨୦ ତାରିଖ ଅତିରିକ୍ତ ଛୁଟି ମିଳୁଥିବାରୁ ଚତୁର୍ଥ ଶନିବାର ଛୁଟିକୁ ବାତିଲ କରାଯାଇଛି । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ନୋଟିସ ଜାରି କରିଛି ।




