ନୂଆଁଖାଇ ଉପଲକ୍ଷେ ଅଗଷ୍ଟ ୨୯ କୁ ସରକାରୀ ଛୁଟି ଘୋଷଣା
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ନୂଆଁଖାଇ ଅଗଷ୍ଟ ୨୮ ରେ ପାଳନ ହେଉଥିବାବେଳେ ଏହାର ପରଦିନ ଅର୍ଥାତ ଅଗଷ୍ଟ ୨୯ରେ ପାଳନ ହୋଇଥାଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଭେଟଘାଟ’ । ଏହି ଦିନ ବନ୍ଧୁ ପରିଜନ ତଥା ବରିଷ୍ଠ ମାନଙ୍କୁ ‘ନୁଆଁଖାଇ ଜୁହାର’ କରାଯାଇଥାଏ । ତେଣୁ ନୁଆଁଖାଇ ପରଦିନ ମଧ୍ୟ […]
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ନୂଆଁଖାଇ ଅଗଷ୍ଟ ୨୮ ରେ ପାଳନ ହେଉଥିବାବେଳେ ଏହାର ପରଦିନ ଅର୍ଥାତ ଅଗଷ୍ଟ ୨୯ରେ ପାଳନ ହୋଇଥାଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଭେଟଘାଟ’ । ଏହି ଦିନ ବନ୍ଧୁ ପରିଜନ ତଥା ବରିଷ୍ଠ ମାନଙ୍କୁ ‘ନୁଆଁଖାଇ ଜୁହାର’ କରାଯାଇଥାଏ । ତେଣୁ ନୁଆଁଖାଇ ପରଦିନ ମଧ୍ୟ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପାରିବାରିକ, ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ କରିବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ଦିନ ଅଟେ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ନୂଆଖାଇର ପରଦିନ ଅର୍ଥାତ ୨୯.୦୮.୨୦୨୫ (ଶୁକ୍ରବାର) ଦିନଟିକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ)ପାଇଁ ଛୁଟି ଘୋଷଣା କରିଛନ୍ତି। ଏହା ପରିବର୍ତ୍ତେ ସେପ୍ଟେମ୍ବର ୧୩ ତାରିଖ, ଦ୍ୱିତୀୟ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛିି ।




