ଅପହଞ୍ଚ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଆଣିଲେ ନୂଆ ଯୋଜନା
ଭୁବନେଶ୍ୱର : ଏଣିକି ଅପହଞ୍ଚ ଇଲାକାରେ ସ୍କୁଲ ରେ ପହଁଚିବେ ଛାତ୍ରଛାତ୍ରୀ । ସରକାର ଆଣିଲେ ନୂଆ ଯୋଜନା । ସ୍କୁଲ ଦୂରରେ ଥିବାରୁ ଅଧାରୁ ପାଠ ଛାଡୁଥିବା ବା ସମସ୍ୟାର ସମ୍ମୁଖୀନ ହେଉଥିବା ଛାତଛାତ୍ରୀଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏହି ଯୋଜନାରେ ରାଜ୍ୟର ୩୦ ଟି ଜିଲ୍ଲାର ପ୍ରାୟ ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ । ଫଳରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ […]
ଭୁବନେଶ୍ୱର : ଏଣିକି ଅପହଞ୍ଚ ଇଲାକାରେ ସ୍କୁଲ ରେ ପହଁଚିବେ ଛାତ୍ରଛାତ୍ରୀ । ସରକାର ଆଣିଲେ ନୂଆ ଯୋଜନା । ସ୍କୁଲ ଦୂରରେ ଥିବାରୁ ଅଧାରୁ ପାଠ ଛାଡୁଥିବା ବା ସମସ୍ୟାର ସମ୍ମୁଖୀନ ହେଉଥିବା ଛାତଛାତ୍ରୀଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏହି ଯୋଜନାରେ ରାଜ୍ୟର ୩୦ ଟି ଜିଲ୍ଲାର ପ୍ରାୟ ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ । ଫଳରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢିବ । ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇବ । ବିଶେଷ କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ପିଲାମାନେ ଏହି ଯୋଜନର ଲାଭ ପାଇପାରିବେ । ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଏହି ଯୋଜନା ଲାଗୁ ହେବ । ସେଥିପାଇଁ ଓସେପା ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି I




