ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ହଟ୍ଟହଟା,ଗାଡିକୁ ଅଣ୍ଡା ଓ ବୋତଲ ମାଡ଼

ବ୍ରହ୍ମପୁର : ବ୍ରହ୍ମପୁର ପହଁଚିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ I ବ୍ରହ୍ମପୁର ଯିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ବାଟରେ ଅଟକାଇଛନ୍ତି ବିଜେଡି କର୍ମୀ । ପ୍ରଦୀପ ପାଣିଗ୍ରାହୀଙ୍କ ଗସ୍ତକୁ ବିରୋଧ କରି ବିଜେଡି କର୍ମୀମାନେ ତାଙ୍କ ଗାଡିକୁ ଅଣ୍ଡା ଓ ପାଣି ବୋତଲ ମାଡ଼ କରିଛନ୍ତି । ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ଲାଞ୍ଜିପଲ୍ଲୀ ଓଭରବ୍ରିଜରେ ବିଜେଡି କର୍ମୀ ଅଟକାଇଛନ୍ତି । ଫଳରେ ରାସ୍ତା ଉପରେ ଦୀର୍ଘ ସମୟ ଧରି […]

Samaya Live Picture
Published On

ବ୍ରହ୍ମପୁର : ବ୍ରହ୍ମପୁର ପହଁଚିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ I ବ୍ରହ୍ମପୁର ଯିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ବାଟରେ ଅଟକାଇଛନ୍ତି ବିଜେଡି କର୍ମୀ । ପ୍ରଦୀପ ପାଣିଗ୍ରାହୀଙ୍କ ଗସ୍ତକୁ ବିରୋଧ କରି ବିଜେଡି କର୍ମୀମାନେ ତାଙ୍କ ଗାଡିକୁ ଅଣ୍ଡା ଓ ପାଣି ବୋତଲ ମାଡ଼ କରିଛନ୍ତି ।

ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ଲାଞ୍ଜିପଲ୍ଲୀ ଓଭରବ୍ରିଜରେ ବିଜେଡି କର୍ମୀ ଅଟକାଇଛନ୍ତି । ଫଳରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ଅଟକି ରହିଥିଲେ ବିଧାୟକ । ସେଠାରେ ବେଶ କିଛି ସମୟ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାର କିଛି ସମୟ ପରେ ବିଜେଡି କର୍ମୀ ତାଙ୍କ ଗାଡ଼ିକୁ ଅଣ୍ଡା ଓ ପାଣି ବୋତଲ ଆଦି ଫିଙ୍ଗିଛନ୍ତି ।

କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ପ୍ରଦୀପ । ଫାଇଭ-ଟି ସଚିବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ସେ କହିଥିଲେ, ମୁଁ ସଭାକୁ ଯିବା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କର ଅର୍ଡର ଅଫ୍ ପ୍ରିସିଡେନ୍ସ ଯାହା ଅଛି, ସେ ଅନୁସାରେ ମୁଖ୍ୟ ସଚିବ, ବିଧାନସଭା ସଚିବ ପଦକ୍ଷେପ ନେବା ଦରକାର । ଯଦି ବାଟରେ ମୋର କିଛି ଅସୁବିଧା ହୁଏ ତେବେ ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରୀ ହିସାବରେ ଦାୟୀ ରହିବେ । ସେଥିପାଇଁ ଡିଜିପି, ମୁଖ୍ୟ ଶାସନ ସଚିବ, ବିଧାନସଭା ସଚିବ, ଖୋର୍ଦ୍ଧା ଏବଂ ଗଞ୍ଜାମ ଏସ୍‌ପିଙ୍କୁ ଜଣାଇଛି । ବିଧାୟକଙ୍କ ଉପରେ ଆକ୍ରମଣ ମାନେ ଗଣତନ୍ତ୍ର ବ୍ୟବସ୍ଥା ଉପରେ ଆକ୍ରମଣ ।

ତେବେ ବିଧାୟକ ପୂର୍ବରୁ ଏନେଇ ଆଶଙ୍କା କରିଥିଲେ । ଏହାସହ ପ୍ରେସ୍‌ କନ୍‌ଫରେନ୍ସ ଜରିଆରେ ଗତକାଲିଠାରୁ ସମସ୍ତଙ୍କୁ ସୂଚନା ଦେଇଥିଲେ । ସେ ସିଧା ସଳଖ କହିଥିଲେ ଯେ, ‘ମୋର ଗଞ୍ଜାମ ଗସ୍ତ ବେଳେ ବିଜେଡି କର୍ମୀଙ୍କ ଦ୍ୱାରା ମୋତେ ବିରୋଧ କରିବାର ଯୋଜନା କରାଯାଇଛି । ଏମିତିକି ମୋତେ ଆକ୍ରମଣ କରିବାର ପ୍ଲାନ୍‌ ମଧ୍ୟ ରହିଛି । ଏହାସହ ମୋତେ ଅଟକାଇବାକୁ ଚେଷ୍ଟା କରାଯିବ ବୋଲି ମଧ୍ୟ ପ୍ଲାନ୍‌ ରହିଛି । ମୋତେ ଗଞ୍ଜାମ ଯିବାକୁ ଦେବେ ନାହିଁ ବୋଲି ବିଜେଡି ବିଭିନ୍ନ ସ୍ଥାନରେ ନିଜ କର୍ମୀଙ୍କୁ ରଖି ବିରୋଧ କରିବାର ଯୋଜନା କରିଛି ।’

Tags: