ପୁଣି ସୁନା ମୂଲ୍ୟ ବୃଦ୍ଧି ,ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦର

ଭୁବନେଶ୍ୱର : ଆକାଶ ଛୁଆଁ ହେଉଛି ସୁନା । ପୁଣି ବଢ଼ିଲା ସୁନା ଦର । କ୍ରମାଗତ ଭାବେ ବଦଳୁଛି ସୁନା ଓ ରୂପା ମୂଲ୍ୟ । ଯାହାକୁ ନେଇ ଚିନ୍ତାରେ ଗ୍ରାହକ। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୮ ହଜାର ୦୫୦ ଟଙ୍କା ହୋଇଥିବାବେଳେ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦ ହଜାର ୭୧୦ ଟଙ୍କା ଛୁଇଁଛି। ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୮୦ ହଜାର […]

ପୁଣି ସୁନା ମୂଲ୍ୟ ବୃଦ୍ଧି ,ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦର
Samaya Live Picture
Published On

ଭୁବନେଶ୍ୱର : ଆକାଶ ଛୁଆଁ ହେଉଛି ସୁନା । ପୁଣି ବଢ଼ିଲା ସୁନା ଦର । କ୍ରମାଗତ ଭାବେ ବଦଳୁଛି ସୁନା ଓ ରୂପା ମୂଲ୍ୟ । ଯାହାକୁ ନେଇ ଚିନ୍ତାରେ ଗ୍ରାହକ। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୮ ହଜାର ୦୫୦ ଟଙ୍କା ହୋଇଥିବାବେଳେ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦ ହଜାର ୭୧୦ ଟଙ୍କା ଛୁଇଁଛି।

ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୮୦ ହଜାର ୭୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୮ ହଜାର ୦୫୦ ହୋଇଛି।ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା ୧,୦୦, ୫୦୦ ଟଙ୍କା ହୋଇଛି ।ଅଳଙ୍କାରରେ ୨୨ କ୍ୟାରେଟ୍ ସୁନା ବ୍ୟବହୃତ ହୁଏ। ଏହି ସୁନା ୯୧.୬ ପ୍ରତିଶତ ଶୁଦ୍ଧ। କିନ୍ତୁ ପ୍ରାୟତ ୮୯ କିମ୍ବା ୯୦ ପ୍ରତିଶତ ଶୁଦ୍ଧ ସୁନା ବ୍ୟବହାର ହୋଇ ୨୨ କ୍ୟାରେଟ୍ ସୁନା ଅଳଙ୍କାର ଭାବରେ ବିକ୍ରି ହୁଏ। ସେଥିପାଇଁ ଯେତେବେଳେ ବି ଆପଣ ଅଳଙ୍କାର କିଣନ୍ତି, ଏହାର ହଲମାର୍କ ଦେଖନ୍ତୁ ।

Tags: