୯୦ ହଜାର ପହଁଚିଲା ସୁନା ଦର

ଭୁବନେଶ୍ୱର : ସୁନା ବଜାରରେ ନିଆଁ । ସର୍ବକାଳୀନ ସ୍ତରରେ ରେକର୍ଡ କଲା ସୁନା ଦର । ବିଶ୍ବ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି। ଚଳିତ ବର୍ଷ ଆରମ୍ଭରୁ ସୁନା ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ମାର୍ଚ୍ଚ ୧୮ ତାରିଖ ମଙ୍ଗଳବାର ସୁଦ୍ଧା ସୁନା ଦାମ୍‌ ୯୦ ହଜାରରେ ପହଞ୍ଚିଛି ।୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ଆଜି ୪୪୦ ଟଙ୍କା ବଢି ୯୦ ହଜାରରେ ପହଞ୍ଚିଛି । ଗତକାଲି ଏହା […]

Samaya Live Picture
Published On

ଭୁବନେଶ୍ୱର : ସୁନା ବଜାରରେ ନିଆଁ । ସର୍ବକାଳୀନ ସ୍ତରରେ ରେକର୍ଡ କଲା ସୁନା ଦର । ବିଶ୍ବ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି। ଚଳିତ ବର୍ଷ ଆରମ୍ଭରୁ ସୁନା ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ମାର୍ଚ୍ଚ ୧୮ ତାରିଖ ମଙ୍ଗଳବାର ସୁଦ୍ଧା ସୁନା ଦାମ୍‌ ୯୦ ହଜାରରେ ପହଞ୍ଚିଛି ।୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ଆଜି ୪୪୦ ଟଙ୍କା ବଢି ୯୦ ହଜାରରେ ପହଞ୍ଚିଛି । ଗତକାଲି ଏହା ୮୯,୫୬୦ ଟଙ୍କା ଥିଲା । ଅର୍ଥାତ୍‌ ଦିନକରେ ୪୪୦ ଟଙ୍କା ବୃଦ୍ଧି ପାଇଛି ।

ସେହିଭଳି ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୨,୫୦୦ ଟଙ୍କା ରହିଛି । ଗତକାଲି ଏହା ୮୨,୧୦୦ ଥିଲା । ଦିନକରେ ୪୦୦ ଟଙ୍କା ଏଥିରେ ବୃଦ୍ଧି ହୋଇଛି ।

ସେହିପରି ୧୮ କ୍ୟାରେଟ୍‌ ସୁନା ନାମ୍‌ ୧୦ ଗ୍ରାମ୍‌କୁ ୬୭,୫୦୦ ଟଙ୍କା ରହିଛି । ଗତକାଲି ଏହା ୬୭,୧୮୦ ଟଙ୍କା ଥିଲା । ଗୋଟିଏ ଦିନରେ ଏହା ୩୨୦ ଟଙ୍କା ବୃଦ୍ଧି ପାଇଛି ।

ଅନ୍ୟପଟେ, ରୂପା କିଲୋଗ୍ରାମ ପିଛା ୧୧୦୦ ଟଙ୍କା ବଢି ୧ ଲକ୍ଷ ୧୩ ହଜାର ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୧,୧୧୯୦ ଟଙ୍କା ଥିଲା । ଏଥିରେ ମଧ୍ୟ ୧୧୦ ଟଙ୍କା ବୃଦ୍ଧି ହୋଇଛି ।

Tags: