୯୬ ହଜାର ପାର କଲା ସୁନା ଦର

ଭୁବନେଶ୍ୱର : ହୁ ହୁ ହୋଇ ବଢି ଚାଲିଛି ସୁନା ଦର। ଗତ କିଛି ଦିନ ମଧ୍ୟରେ ବଢୁଥିବା ସୁନାଦର ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପ୍ରିଲ ୧୬ରେ ସୁନାଦର ଆକାଶ ଛୁଆଁ ହୋଇଛି । ଦିନକରେ ୧୦୦୦ ଟଙ୍କା ମହଙ୍ଗା ହୋଇଛି ୨୪ କ୍ୟାରେଟ ସୁନା ଦର । ଆଜି ଭୁବନେଶ୍ୱର ବଜାରରେ ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୯୯୦ ଟଙ୍କା ବଢ଼ିଛି। ଏହି […]

୯୬ ହଜାର ପାର କଲା ସୁନା ଦର
Samaya Live Picture
Published On

ଭୁବନେଶ୍ୱର : ହୁ ହୁ ହୋଇ ବଢି ଚାଲିଛି ସୁନା ଦର। ଗତ କିଛି ଦିନ ମଧ୍ୟରେ ବଢୁଥିବା ସୁନାଦର ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପ୍ରିଲ ୧୬ରେ ସୁନାଦର ଆକାଶ ଛୁଆଁ ହୋଇଛି । ଦିନକରେ ୧୦୦୦ ଟଙ୍କା ମହଙ୍ଗା ହୋଇଛି ୨୪ କ୍ୟାରେଟ ସୁନା ଦର ।

ଆଜି ଭୁବନେଶ୍ୱର ବଜାରରେ ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୯୯୦ ଟଙ୍କା ବଢ଼ିଛି। ଏହି ଦର ବୃଦ୍ଧି ସହ ୨୪ କ୍ୟାରେଟ୍ ସୁନାର ଦାମ୍ ୯୬,୧୭୦ ଟଙ୍କାରେ ପହଞ୍ଚିଛି।

ସେହିପରି ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୯୫୦ ଟଙ୍କା ବଢିଛି। ଏହାସହ ୨୨ କ୍ୟାରେଟ୍ ସୁନାର ଦାମ୍ ୮୮ ହଜାର ୧୫୦ ଟଙ୍କାରେ ପହଞ୍ଚିଛି।

Tags: