ସୁନା ବଜାରରେ ଲାଗୁନି ବ୍ରେକ ,୯୭ ହଜାର ଟଙ୍କା ପାର କଲା ଦର

ଭୁବନେଶ୍ୱର : ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏଣିକି ସୁନା କିଣିବା ତ ଦୂରର କଥା ଦାମ ଶୁଣିଲେ ଲାଗୁଛି ଛନିଆ । ଲଗାତାର ୩ ଦିନ ଧରି ୧୦ ଗ୍ରାମ ପିଛା ୧୦୦୦ ଟଙ୍କା ବଢୁଛି ସୁନା ଦର I ଆଜି ସେହିପରି ସୁନା ମୂଲ୍ୟ ବୃଦ୍ଧି ପାଇ ୯୭ ହଜାର ପାର କରି ସର୍ବକାଳୀନ ରେକର୍ଡ କରିଛି । ଆଜି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର […]

ସୁନା ବଜାରରେ ଲାଗୁନି ବ୍ରେକ ,୯୭ ହଜାର ଟଙ୍କା ପାର କଲା ଦର
Samaya Live Picture
Published On

ଭୁବନେଶ୍ୱର : ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏଣିକି ସୁନା କିଣିବା ତ ଦୂରର କଥା ଦାମ ଶୁଣିଲେ ଲାଗୁଛି ଛନିଆ । ଲଗାତାର ୩ ଦିନ ଧରି ୧୦ ଗ୍ରାମ ପିଛା ୧୦୦୦ ଟଙ୍କା ବଢୁଛି ସୁନା ଦର I ଆଜି ସେହିପରି ସୁନା ମୂଲ୍ୟ ବୃଦ୍ଧି ପାଇ ୯୭ ହଜାର ପାର କରି ସର୍ବକାଳୀନ ରେକର୍ଡ କରିଛି ।

ଆଜି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୪୦ ଟଙ୍କା ବୃଦ୍ଧି ପାଇ ୯୭ ହଜାର ୩୧୦ ଟଙ୍କା ଛୁଇଁଛି । ଗତକାଲି ଏହା ୯୬,୧୭୦ ଟଙ୍କା ଥିଲା । ଏଥିରେ ୧,୧୪୦ ଟଙ୍କା ବୃଦ୍ଧି ପାଇଛି ।

ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୦୫୦ ଟଙ୍କା ବଢି ୮୯ ହଜାର ୨୦୦ ଟଙ୍କା ବୃଦ୍ଧି ପାଇଛି । ଗତକାଲି ଏହା ୮୮,୧୫୦ ଟଙ୍କା ଥିଲା । ଏଥିରେ ୧,୦୫୦ ଟଙ୍କା ବୃଦ୍ଧି ପାଇଛି ।

Tags: