ହ୍ରାସ ପାଇଲା ସୁନା – ରୂପା ଦର

ଭୁବନେଶ୍ୱର : ଦୀପାବଳି ପରଠାରୁ ଲଗାତାର ଭାବରେ କାମୁଛି ସୁନା-ରୂପା ଦର । ରୂପା ଦର ୧୭ ହଜାର ଶସ୍ତା ହୋଇଥିବା ବେଳେ ସୁନାର ମୂଲ୍ୟ ୫ ହଜାର ଅଧିକ ହ୍ରାସ ପାଇଛି । ଏହି ଦର MCXରେ ପରିବର୍ତ୍ତନ ହୋଇଛି । ଅକ୍ଟୋବର ୧୬ ତାରିଖରେ MCXରେ ରୂପାର ମୂଲ୍ୟ ୧ ଲକ୍ଷ ୭୦ ହଜାରରୁ ଅଧିକ ପହଞ୍ଚିଥିଲା । କିନ୍ତୁ ଆଜି ଏହାର ମୂଲ୍ୟ ୧ ଲକ୍ଷ ୫୩ ହଜାରକୁ ହ୍ରାସ ପାଇଛି । […]

ହ୍ରାସ ପାଇଲା ସୁନା – ରୂପା ଦର

ଭୁବନେଶ୍ୱର : ଦୀପାବଳି ପରଠାରୁ ଲଗାତାର ଭାବରେ କାମୁଛି ସୁନା-ରୂପା ଦର । ରୂପା ଦର ୧୭ ହଜାର ଶସ୍ତା ହୋଇଥିବା ବେଳେ ସୁନାର ମୂଲ୍ୟ ୫ ହଜାର ଅଧିକ ହ୍ରାସ ପାଇଛି । ଏହି ଦର MCXରେ ପରିବର୍ତ୍ତନ ହୋଇଛି ।

Read More ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ୍‌ କଲେ ମାଓନେତା

ଅକ୍ଟୋବର ୧୬ ତାରିଖରେ MCXରେ ରୂପାର ମୂଲ୍ୟ ୧ ଲକ୍ଷ ୭୦ ହଜାରରୁ ଅଧିକ ପହଞ୍ଚିଥିଲା । କିନ୍ତୁ ଆଜି ଏହାର ମୂଲ୍ୟ ୧ ଲକ୍ଷ ୫୩ ହଜାରକୁ ହ୍ରାସ ପାଇଛି । ଏହାର ଅର୍ଥ ହେଉଛି ରୂପାର ମୂଲ୍ୟ ଏହାର ରେକର୍ଡ ଦରରୁ ୧୭ ହଜାର ହ୍ରାସ ପାଇଛି । ଯଦି ଆଜି କଥା କହିବା ତେବେ ରୂପାର ମୂଲ୍ୟ କିଲୋଗ୍ରାମ ପ୍ରତି ପ୍ରାୟ ୪ ହଜାର ହ୍ରାସ ପାଇଛି ।

Read More ସୁଶୀଲ ମେହେର ହେଲେ ନୂଆ କଂସ

ଅନ୍ୟପଟେ ନିବେଶକମାନେ ସୁନା ବଜାରରେ ନିବେଶ କରୁନଥିବାରୁ ସୁନା ଦର ହ୍ରାସ ପାଉଥିବା ସୂଚନା ମିଳିଛି । ଏହି ସପ୍ତାହ ଶେଷରେ ଆମେରିକୀୟ ମୁଦ୍ରାସ୍ପୀତି ତଥ୍ୟକୁ ଅପେକ୍ଷା କରିଛନ୍ତି ନିବେଶକ । ମୁମ୍ବଇରେ ୨୪କ୍ୟାରେଟ୍ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୧,୨୫,୮୮୦ ଥିବାବେଳେ ୨୨କ୍ୟାରେଟ୍ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୧,୧୫,୩୯୦ ରହିଛି । ସେହିପରି ରୂପା କିଲୋଗ୍ରାମ ପ୍ରତି ୧,୫୯,୯୦୦ ଟଙ୍କାରେ ଉପଲବ୍ଧ ଥିଲା ।

Read More ୨୫ରୁ ଖୋଲିବ ଧାନ ମଣ୍ଡି

ଦିଲ୍ଲୀରେ ସୁନା ୨୨କ୍ୟାରେଟର ଦାମ୍ ୧୦ଗ୍ରାମ ପ୍ରତି ୧,୧୫,୫୪୦ ଏବଂ ୨୪କ୍ୟାରେଟ ସୁନାର ମୂଲ୍ୟ ୧,୨୬,୦୩୦ ରହିଛି । ସେହିପରି କଲକତାରେ ୨୨କ୍ୟାରେଟ ସୁନାର ଦାମ୍ ୧,୧୫,୩୯୦ ଟଙ୍କା ରହିଥିବା ବେଳେ ୨୪କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ୍ ପ୍ରତି ୧,୨୫,୮୮୦ଟଙ୍କା ରହିଛି । ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୨୬ ହଜାର ରହି ଥିବାବେଳେ ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୧୪,୬୫୦ ରହିଛି ।

Tags: