ଦିଲ୍ଲୀରେ ଆୟୋଜିତ ହେଲା ଗ୍ଲୋବାଲ ବାୟୋ ଇଣ୍ଡିଆ କନ୍କ୍ଲେଭ୍
ଭୁବନେଶ୍ୱର/ନୂଆଦିଲ୍ଲୀ : ପୁଷ୍ଟିଶସ୍ୟକୁ କରାଯିବ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ । ଏ ନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି I ଓଡ଼ିଶାରେ ବାୟୋଟେକ୍ନୋଲୋଜିର ପରିସର ବ୍ୟାପକ ଏବଂ ଉଦ୍ୟୋଗ କ୍ଷେତ୍ରରେ ଏହାର ବିପୁଳ ସମ୍ଭାବନା ରହିଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ନୂଆ ଦିଲ୍ଲୀର ପ୍ରଗତି ମଇଦାନ ରେ ଆୟୋଜିତ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୩’ କନ୍କ୍ଲେଭ୍ରେ ଓଡ଼ିଶା ପାଭିଲିଅନ୍ ଉଦ୍ଘାଟନ କରିବା ସହିତ ପ୍ଲେନାରି ଅଧିବେଶନରେ ଯୋଗଦେଇ […]
ଭୁବନେଶ୍ୱର/ନୂଆଦିଲ୍ଲୀ : ପୁଷ୍ଟିଶସ୍ୟକୁ କରାଯିବ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ । ଏ ନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି I ଓଡ଼ିଶାରେ ବାୟୋଟେକ୍ନୋଲୋଜିର ପରିସର ବ୍ୟାପକ ଏବଂ ଉଦ୍ୟୋଗ କ୍ଷେତ୍ରରେ ଏହାର ବିପୁଳ ସମ୍ଭାବନା ରହିଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ନୂଆ ଦିଲ୍ଲୀର ପ୍ରଗତି ମଇଦାନ ରେ ଆୟୋଜିତ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୩’ କନ୍କ୍ଲେଭ୍ରେ ଓଡ଼ିଶା ପାଭିଲିଅନ୍ ଉଦ୍ଘାଟନ କରିବା ସହିତ ପ୍ଲେନାରି ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଏହା କହିଛନ୍ତି ।
ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଆଧୁନିକ ଜୀବନଶୈଳୀ ତଥା ଆଜିର ବିକଶିତ ଅର୍ଥନୀତି କ୍ଷେତ୍ରରେ ଜୈବ-ଅର୍ଥନୀତି ବିଶ୍ୱ ଅର୍ଥନୀତି ପାଇଁ ବାୟୋଟେକ୍ନୋଲୋଜି ନୂତନ ଦିଗ ସୃଷ୍ଟି କରିଛି । ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ବିଶେଷ ସଫଳତା ହାସଲ କରିଛି । ରାଜ୍ୟରେ ଥିବା ବ୍ୟାପକ ଜୈବ ସମ୍ପଦ, ଜଳ ସମ୍ବଳ ଓ ସାମୁଦି୍ରକ ସମ୍ପଦ ବାୟୋଟେକ୍ନୋଲୋଜି ପରିସରକୁ ସମୃଦ୍ଧ କରିଛି । ଏହା ସହିତ ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପନୀତି, ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ବାୟୋଟେକ୍ନୋଲୋଜି ପାର୍କ ଆଦି ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ନେଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।

ବାୟୋଟେକ୍ନୋଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟଙ୍କ ନୀତି ଓ ନିବେଶ ମାଧ୍ୟମରେ ଷ୍ଟାର୍ଟଅପ୍ଗୁଡ଼ିକୁ ଉତ୍ସାହିତ କରାଯାଉଛି ।ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ନିକଟସ୍ଥ ଅନ୍ଧାରୁଆଠାରେ ସ୍ୱତନ୍ତ୍ର ବାୟୋଟେକ୍ ପାର୍କ ନିର୍ମାଣ କରାଯାଇଛି ଓ ସେଠାରୁ ଆଗାମୀ ଦିନରେ ଭାରତ ବାୟୋଟେକ୍ କମ୍ପାନୀ ଟିକା ଉତ୍ପାଦନ କରିବ । ସରକାର ମଧ୍ୟ ଏକ ସଂଶୋଧିତ ବାୟୋଟେକ୍ନୋଲୋଜି ନୀତି ଆଣିବାକୁ ଯାଉଛନ୍ତି । ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ପ୍ରସିଦ୍ଧ ବ୍ୟକ୍ତିତ୍ୱ ତଥା ବାୟୋକନ୍ ଇଣ୍ଡିଆ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା କିରଣ ମଜୁମ୍ଦାର ସ’ ଓଡ଼ିଶା ପାଭିଲିଅନ୍ ବୁଲି ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଶଂସା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ପ୍ରଦର୍ଶନୀରେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍) ଓ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଲଷ୍ଟର (ବିସିକେଆଇସି) ସମେତ ୧୦ଟି ପ୍ରମୁଖ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ସାମିଲ ହୋଇଛନ୍ତି ।




