ଆଜି ହେବ ପ୍ରଖ୍ୟାତ ଲେଖିକାଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ
ଭୁବନେଶ୍ୱର / ନୂଆଦିଲ୍ଲୀ : ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କର ଆଜି ଅନ୍ତିମ ସଂସ୍କାର ହୋଇଛି । ନୂଆଦିଲ୍ଲୀ ଲୋଧି ରୋଡ୍ ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଖାଗ୍ନି ଦେଇଛନ୍ତି ପୁଅ। ଅନ୍ତିମ ସଂସ୍କାରରେ ଦୁଇ ଭାଇ ପ୍ରେମ ପଟ୍ଟନାୟକ ଓ ନବୀନ ପଟ୍ଟନାୟଙ୍କ ସହ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଭଉଣୀଙ୍କୁ ଶେଷ ବିଦାୟ ବେଳେ ଭାବବିହ୍ବଳ ହୋଇପଡିଥିଲେ ମୁଖ୍ୟମନ୍ତ୍ରୀ। […]
ଭୁବନେଶ୍ୱର / ନୂଆଦିଲ୍ଲୀ : ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କର ଆଜି ଅନ୍ତିମ ସଂସ୍କାର ହୋଇଛି । ନୂଆଦିଲ୍ଲୀ ଲୋଧି ରୋଡ୍ ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଖାଗ୍ନି ଦେଇଛନ୍ତି ପୁଅ। ଅନ୍ତିମ ସଂସ୍କାରରେ ଦୁଇ ଭାଇ ପ୍ରେମ ପଟ୍ଟନାୟକ ଓ ନବୀନ ପଟ୍ଟନାୟଙ୍କ ସହ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଭଉଣୀଙ୍କୁ ଶେଷ ବିଦାୟ ବେଳେ ଭାବବିହ୍ବଳ ହୋଇପଡିଥିଲେ ମୁଖ୍ୟମନ୍ତ୍ରୀ। ଅନ୍ତିମ ସଂସ୍କାରରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଅନଙ୍ଗ ଉଦୟ ସିଂଦେଓ, ସାଂସଦ ମାନସ ମଙ୍ଗରାଜ, ସାଂସଦ ମୁନା ଖାଁ, ଅମର ପଟ୍ଟନାୟକ, ସାଂସଦ ପୀନାକି ମିଶ୍ର ଉପସ୍ଥିତ ଥିଲେ।
ଶନିବାର ରାତିରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା I ଗୀତା ମେହେଟ୍ଟାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀରେ ଅବଦୁଲ କଲାମ ରୋଡରେ ଥିବା ପୈତୃକ ବାସଭବନରେ ରଖାଯାଇଥିଲା । ସେଠାରେ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ କରିବା ପରେ ବଡ଼ ଭାଇ ପ୍ରେମ ପଟ୍ଟନାୟକ, ସାନ ଭାଇ ନବୀନ ପଟ୍ଟନାୟକଙ୍କ ସମେତ ଆତ୍ମୀୟ ସ୍ୱଜନ, ବନ୍ଧୁ ଓ ପରିଜନ ମଧ୍ୟ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳି ଜଣାଇଥିଲେ I
ପ୍ରବାଦ ପୁରୁଷ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଗୀତା ମେହଟ୍ଟା । ୧୯୪୩ରେ ଜନ୍ମିତ ଗୀତା କେମ୍ବ୍ରିଜ୍ ଯାଇଥିଲେ ଉଚ୍ଚଶିକ୍ଷା ପାଇଁ । ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହେଟ୍ଟାଙ୍କୁ ସାରା ବିଶ୍ୱ ଭିନ୍ନ ଭିନ୍ନ ପରିଚୟରେ ଜାଣେ । ୧୯୭୦ରେ ଆମେରିକୀୟ ଟେଲିଭିଜନ ଚ୍ୟାନେଲ NBC ପାଇଁ ଯୁଦ୍ଧ ରିପୋର୍ଟିଂ କରି ବେଶ ପ୍ରଶଂସା ସାଉଁଟିଥିଲେ । ଆମେରିକା, ୟୁରୋପ, ଇଂଲଣ୍ଡର ବିଭିନ୍ନ ଟେଲିଭିଜନ୍ ନେଟୱର୍କ ପାଇଁ ବି ନିର୍ମାଣ କରିଥିଲେ ୧୪ଟି ଟିଭି ଡକ୍ୟୁମେଣ୍ଟାରୀ ।
ଗୀତା ମେହେଟ୍ଟା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ। ଗୀତାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କର ୨୦୧୯ରେ ଦେହାନ୍ତ ହୋଇଥିଲା। ଗୀତା ୨୦୧୯ରେ ପଦ୍ମଶ୍ରୀ ପୁରସ୍କାର ଫେରାଇ ଚର୍ଚ୍ଚାରେ ରହିଥିଲେ। ଯଦିଓ ଗୀତା ଆଗରୁ ଆମେରିକାରେ ରହୁଥିଲେ, ସ୍ବାମୀଙ୍କ ଦେହାନ୍ତ ପରେ ସେ ଆମେରିକା ଛାଡ଼ି ଦିଲ୍ଲୀ ଚାଲି ଆସିଥିଲେ। ଦିଲ୍ଲୀରେ ଜନ୍ମ ହୋଇଥିବା ଗୀତା ଏକାଧାରରେ ଜଣେ ଲେଖିକା, ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସାମ୍ବାଦିକା ଥିଲେ। ସାହିତ୍ୟ, ସାମ୍ବାଦିକତା, ଡକ୍ୟୁମେଣ୍ଟାରୀ ଓ ପ୍ରକୃତି ସୁରକ୍ଷା କ୍ଷେତ୍ରରେ ଗୀତା ଛାଡ଼ିଯାଇଥିବା ଛାପକୁ ସମସ୍ତେ ମନେ ପକାଉଛନ୍ତି ।




