ବନ୍ଧାହେଲେ ତଥା କଥିତ ଭୂତଙ୍କ ସର୍ଦାର

ଭୁବନେଶ୍ୱର : କିଛିଦିନ ଧରି ଚର୍ଚ୍ଚାରେ ରହିବା ପରେ ଶେଷରେ ବନ୍ଧା ହେଇଛନ୍ତି ତଥାକଥିତ ଭୂତଙ୍କ ସଭାପତି ବିପିନ ରାଉତରାୟ I ୪୦ ଲକ୍ଷ ଭୂତଙ୍କୁ ନିଜ ବଶରେ ରଖିଥିବା କହି ବେଶ କିଛି ଦିନ ଧରି ସୋସିଆଲ ମିଡିଆରେ ନିଜର ଭ୍ରମାତ୍ମକ ବୟାନ ଜାରି ରଖିଥିଲେ I ଖାଲି ସେତିକି ନୁହଁ ତାଙ୍କ ବଶରେ ରୁଷିଆନ ଭୁତ ଏପରିକି ସ୍ବର୍ଗତଃ ସ୍ୱାସ୍ଥ୍ୟ ମନ୍ତ୍ରୀ ନାଵ ଦାସଙ୍କ ଆତ୍ମା ମଧ୍ୟ ରହିଥିବା କହି ବାହାସ୍ଫୋଟ ମାରୁଥିଲେ I […]

Samaya Live Picture
Published On

ଭୁବନେଶ୍ୱର : କିଛିଦିନ ଧରି ଚର୍ଚ୍ଚାରେ ରହିବା ପରେ ଶେଷରେ ବନ୍ଧା ହେଇଛନ୍ତି ତଥାକଥିତ ଭୂତଙ୍କ ସଭାପତି ବିପିନ ରାଉତରାୟ I ୪୦ ଲକ୍ଷ ଭୂତଙ୍କୁ ନିଜ ବଶରେ ରଖିଥିବା କହି ବେଶ କିଛି ଦିନ ଧରି ସୋସିଆଲ ମିଡିଆରେ ନିଜର ଭ୍ରମାତ୍ମକ ବୟାନ ଜାରି ରଖିଥିଲେ I ଖାଲି ସେତିକି ନୁହଁ ତାଙ୍କ ବଶରେ ରୁଷିଆନ ଭୁତ ଏପରିକି ସ୍ବର୍ଗତଃ ସ୍ୱାସ୍ଥ୍ୟ ମନ୍ତ୍ରୀ ନାଵ ଦାସଙ୍କ ଆତ୍ମା ମଧ୍ୟ ରହିଥିବା କହି ବାହାସ୍ଫୋଟ ମାରୁଥିଲେ I ଆସନ୍ତା ମାସ ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ୪୦ ଲକ୍ଷ ପ୍ରତାତ୍ମା ଯିବେ ବୋଲି ମଧ୍ୟ କହୁଥିଲେ I

ସେ ମଶାଣି ରେ ଭୂତ ମାନଙ୍କ ବୈଠକରେ ଯୋଗଦେଇ ଭୂତ ମାନଙ୍କର ସମସ୍ୟା ସମାଧାନ କରୁଥିଲେ ବୋଲି କହିଛନ୍ତି I ଭୂତ ମାନଙ୍କ ସହ ସମସ୍ତ ପ୍ରକାର ସୁଖ ଦୁଃଖ ହେଉଥିଲେ I ନବୀନ ନିବାସ ନିକଟରେ ସେ ନବଦାସଙ୍କ ଆତ୍ମାକୁ ଦେଖିଥିବାର ମଧ୍ୟ କହିଥିଲେ I ଏହାବଦ ସେ ମଶାଣିରେ ତନ୍ତ୍ରପାଠ କରି ପୁରା ରାଜଧାନୀକୁ ୪୫ ମିନିଟ ଧରି ଅନ୍ଧାର କରିଦେଇଥିଲେ ବୋଲି ଜୋର ଦେଇ କହିଥିବାର ଶୁଣା ଯାଉଥିଲା I ତେବେ ତାଙ୍କର ଏହି ରୋଚକ ବୟାନ କୁ ଶୁଣି ସୋସିଆଲ ମିଡିଆରେ କେହି କେହି ତାଙ୍କୁ ଟାହି ଟାପରା କରିବା ସହିତ ପାଗଳ ବୋଲି କହୁଥିଲେ I ବିପିନ ନିଜକୁ ଭୂତ, ପ୍ରେତଙ୍କର ସଭାପତି କହିବା ସହ ଅନେକ କାହାଣୀ କହୁଥିଲେ ।

ସୂଚନାଯୋଗ୍ୟ ଯେ, ବିପିନଙ୍କ ଘର ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଭରତପୁର ଅଞ୍ଚଳରେ । ସେ ବିଜ୍ଞାନକୁ କ୍ଷଣସ୍ଥାୟୀ କହିବା ସହ ଏହା ପରିବର୍ତ୍ତନଶୀଳ ଓ ଏଥିରେ ବାସ୍ତବତା ନଥିବା କହୁଥିଲେ । ଏକ ପୁରୁଣା ମାମଲାରେ ବିପିନଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନାମରେ ପୂର୍ବରୁ ପୋଲିସରେ ୩ଟି ୱାରେଣ୍ଟ ରହିଥିବା ବେଳେ ସେ ପୂର୍ବରୁ ପୋଲିସକୁ ଚକମା ଦେଇ ଚାଲିଥିଲେ । ମାତ୍ର ଆଜି ବିପିନଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ତାଂକ ଘରେ ପୋଲିସ ପହଂଚିବା ପୂର୍ବରୁ ସେ ଖସିଯିବାକୁ ଉଦ୍ୟମ କରିଥିଲା କିନ୍ତୁ ସଫଳ ହୋଇ ପରି ନଥିଲା I

ଏସମ୍ପର୍କରେ ଖୋର୍ଦ୍ଧା ସଦର ଥାନା ଆଇଆଇସି ଓ ଖୋର୍ଦ୍ଧା ଏସ୍ଡ଼ିପିଓ ଙ୍କ କହିବା ମୁତାବିକ ବିପିନ ନାଁରେ ପୂର୍ବରୁ ବହୁତ କେଶ ରହିଛି I ସେ ବେଆଇନ ଭାବରେ ବନ୍ଧୁକ ତଥା ବିଭିନ୍ନ ପ୍ରକାର ମାରଣାସ୍ତ୍ର ରଖି ଲୋକଙ୍କୁ ଭୟଭୀତ କରୁଥିଲା I ଏହାବାଦ ତା’ନାଁରେ ଅନ୍ୟାନ୍ୟ ଗଣ୍ଡଗୋଳ ମାମଲା ଥାନାରେ ବିଚାରାଧୀନ ଥିବାବେଳେ ସେ ଫେରାର ହୋଇ ଯାଇଥିଲା I

Tags: