ହେଲମେଟ ପିନ୍ଧି ନଥିଲେ ସାଧାରଣ ଜନତା କରିପାରିବେ ଅଭିଯୋଗ

ଭୁବନେଶ୍ୱର : ଏଣିକି ବିନା ହେଲମେଟ ରେ ଗାଡି ଚଳାଇଲେ ହୋଇ ଯାଆନ୍ତୁ ସାବଧାନ I ଟ୍ରାଫିକ ପୋଲିସ ଆଖିରେ ଧୂଳି ଦେଇ ଖସି ଗଲେବି ଆଉ ତ୍ରାହି ନାହିଁ I ଫୋଟ ଓ ଭିଡିଓ କରି ପଠାଇଦେବେ ସାଧାରଣ ଲୋକେ I ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ସାବାଡ୍‌ କରିବା ପାଇଁ ପରିବହନ ବିଭାଗ କରିଛି ନୂଆ ନିୟମ I ଯଦି କୌଣସି ଗାଡ଼ିଚାଳକ ହେଲ୍‌ମେଟ୍‌ ନ ପିନ୍ଧି ଯାଉଥିବେ, ତା’ର ଫଟୋ ଅବା ଭିଡିଓ ଉତ୍ତୋଳନ କରି […]

Samaya Live Picture
Published On

ଭୁବନେଶ୍ୱର : ଏଣିକି ବିନା ହେଲମେଟ ରେ ଗାଡି ଚଳାଇଲେ ହୋଇ ଯାଆନ୍ତୁ ସାବଧାନ I ଟ୍ରାଫିକ ପୋଲିସ ଆଖିରେ ଧୂଳି ଦେଇ ଖସି ଗଲେବି ଆଉ ତ୍ରାହି ନାହିଁ I ଫୋଟ ଓ ଭିଡିଓ କରି ପଠାଇଦେବେ ସାଧାରଣ ଲୋକେ I ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ସାବାଡ୍‌ କରିବା ପାଇଁ ପରିବହନ ବିଭାଗ କରିଛି ନୂଆ ନିୟମ I ଯଦି କୌଣସି ଗାଡ଼ିଚାଳକ ହେଲ୍‌ମେଟ୍‌ ନ ପିନ୍ଧି ଯାଉଥିବେ, ତା’ର ଫଟୋ ଅବା ଭିଡିଓ ଉତ୍ତୋଳନ କରି ଯେକୌଣସି ବ୍ୟକ୍ତି ‘ସିଟିଜେନ୍‌ ସେଣ୍ଟିନେଲ୍‌ସ୍‌’ ନାମକ ପୋର୍ଟାଲରେ ଅପ୍‌ଲୋଡ୍‌ କରିପାରିବେ। କିନ୍ତୁ ଫଟୋ ଉଠାଇବା ବେଳେ ଗାଡ଼ିର ନମ୍ବର ସ୍ପଷ୍ଟ ଦିଶୁଥିବା ଜରୁରି । ଏହା ପରେ ରାଜ୍ୟ ପରିବହନ ପ୍ରାଧିକରଣ ତା’ର ସତ୍ୟାସତ୍ୟ ଯାଂଚ କରି ସମ୍ପୃକ୍ତ ଗାଡ଼ି ଚାଳକଙ୍କ ନିକଟକୁ ଇ-ଚାଲାଣ ପଠାଇବ । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ସେହିପରି ଟ୍ରାଫିକ୍‌ ଉଲ୍ଲଂଘନ ମଧ୍ୟରେ ତିନିଜଣିଆ ଡ୍ରାଇଭିଂ, ଦ୍ରୁତଗତିରେ ଗାଡ଼ି ଚାଳନା,ବିନା ସିଟ୍‌ ବେଲ୍‌ଟରେ କାର୍‌ ଚାଳନା ଆଦି ଘଟଣାକୁ ମଧ୍ୟ ଏଥିରେ ଯୋଡ଼ାଯିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକଙ୍କ ଉପରେ ନଜର ରଖିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନେକ୍ସଟ ଜେନ୍ ଏମପରିବହନ ଆପ୍ଲିକେସନରେ ‘ସିଟିଜେନ ସେଣ୍ଟିନେଲ’ ନାମକ ବିକଳ୍ପ ରଖାଯାଇଛି । ଏହି ଆପ୍‌କୁ ନ୍ୟାସନାଲ ଇନଫରମେଟିକ୍ସ ସେଂଟର(ଏନଆଇସି) ବିକଶିତ କରିଛି । ଏହି ଆପ୍ ମାଧ୍ୟମରେ ସତର୍କ ନାଗରି ରାସ୍ତାରେ ହେଲମେଟ୍ ପିନ୍ଧି ନଥିବା ଗାଡ଼ି ଚାଳକଙ୍କ ଫଟୋ ଅବା ଭିଡିଓକୁ ଅପଲୋଡ୍ କରିପାରିବେ । ଯେଉଁ ମାନେ ଏହି ଫୋଟୋ ବା ଭିଡିଓ ପଠାଇବେ ତାଙ୍କର ନା ସମ୍ପୂର୍ଣ୍ଣ ଗୁପ୍ତ ରହିବ । ସଡ଼କ ନିରାପତ୍ତା ସମସ୍ତଙ୍କ ଦାୟିତ୍ୱ ଓ ବିନା ହେଲମେଟରେ ଗାଡ଼ି ଚଳାଚଳ କରୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖିବା ପାଇଁ ପରିବହନ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ାଯାଇଛି । ଏପରିକି ଗ୍ରାମାଞ୍ଚଳରେ ଓ ରାଜପଥଗୁଡ଼ିକରେ ଗାଡ଼ିଚାଳକମାନେ ଏବେବି ଅଧିକାଂଶ ସଂଖ୍ୟାରେ ହେଲମେଟ୍ ନପିନ୍ଧି ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି । ହେଲ୍‌ମେଟ୍‌ ପିନ୍ଧିବା ନିୟମକୁ ଅଧିକ କଠୋର କରିବା ପାଇଁ ଜନସାଧାରଣଙ୍କୁ ଏଥିରେ ସାମିଲ କରାଯାଉଛି ବୋଲି ଏସ୍‌ଟିଏ ଅତିରିକ୍ତ କମିସନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି ।

Tags: