ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର

ରାଗୟଡ଼ା : ଗ୍ୟାସ୍‌ ଟାଙ୍କି ଫାଟି ତିନି ଗୁରୁତର । ଆହତଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତି କରାଯାଇଥିଲା ,ସେଠାରେ ଅବସ୍ଥା ଗୁରୁତର ହେବାରୁ ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଏବଂ ଅନ୍ୟ ଜଣଙ୍କୁ ପରିବାରବର୍ଗ ବିଶାଖାପାଟଣା ନେଇଥିବା ଜଣାପଡ଼ିଛି। ୩ ଜଣ ହେଲେ ଡି.ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା । ରାୟଗଡ଼ା ଜିଲ୍ଲା ହତିପଥର ରୋଡ଼ ରାଣୀଗୁଡା ଫାର୍ମ ନିକଟରେ ଥିବା ଏକ ଘରେ ଏହି ଅଘଟଣ ଘଟିଛି […]

Samaya Live Picture
Published On

ରାଗୟଡ଼ା : ଗ୍ୟାସ୍‌ ଟାଙ୍କି ଫାଟି ତିନି ଗୁରୁତର । ଆହତଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତି କରାଯାଇଥିଲା ,ସେଠାରେ ଅବସ୍ଥା ଗୁରୁତର ହେବାରୁ ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଏବଂ ଅନ୍ୟ ଜଣଙ୍କୁ ପରିବାରବର୍ଗ ବିଶାଖାପାଟଣା ନେଇଥିବା ଜଣାପଡ଼ିଛି। ୩ ଜଣ ହେଲେ ଡି.ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା । ରାୟଗଡ଼ା ଜିଲ୍ଲା ହତିପଥର ରୋଡ଼ ରାଣୀଗୁଡା ଫାର୍ମ ନିକଟରେ ଥିବା ଏକ ଘରେ ଏହି ଅଘଟଣ ଘଟିଛି ।

ଘଟନାନୁସାରେ, ରାୟଗଡା ସହର ରାଣିଗୁଡ଼ାରେ ୩ ଜଣ ମାଳା ଧାରଣ କରିଥିବାରୁ ରାଣିଗୁଡ଼ା ଫାର୍ମ ଅଞ୍ଚଳର ହାତୀପଥର ନିକଟସ୍ଥ ସାହିରେ ଘର ଭଡା ନେଇ ରହୁଥିଲେ। ଆଜି ଭୋର୍‌ରୁ ୩ ଜଣ ପୂଜାପାଠ ପରେ ଜଣେ ଗ୍ୟାସ ଲଗାଇବା ପାଇଁ ଯାଇଥିଲେ । ମାତ୍ର ଏହି ସମୟରେ ଗ୍ୟାସ ଲିକେଜ ଥିବାରୁ ଟାଙ୍କିରେ ନିଆଁ ଲାଗି ଫାଟି ଯାଇଥିଲା । ଫଳରେ ୩ଜଣ ପୋଡ଼ିଯାଇ ଗୁରୁତର ହୋଇଥିଲେ । ସେମାନଙ୍କ ଶରୀରର ପ୍ରାୟ ୬୦% ପୋଡି ଯାଇଛି। ଖବର ପାଇଁ ଘର ଲୋକଙ୍କ ସହିତ ଅନ୍ୟମାନେ ମିଶି ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।

Tags: