ଗ୍ୟାସ ଟାଙ୍କି ଫାଟି ୯ ଗୁରୁତର

କୋରେଇ : ଗ୍ୟାସ ସିଲିଣ୍ଡର ଲଗାଇବାବେଳେ ଘଟିଗଲା ବଡ଼ ଅଘଟଣ I ନିକଟରେ ଜଳୁଥିବା ଚୁଲିରୁ ନିଆଁ ଲାଗିଯାଇ ଫାଟିଗଲା ଗ୍ୟାସ ଟାଙ୍କି I ଫଳରେ ପାଖରେ ଥିବା ୯ ଜଣ ଗୁରୁତର ଆହତ ହୋଇଛନ୍ତି l ଘଟଣା ଘଟିଛି ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁଆଁ ଗ୍ରାମ ପଣ୍ଡାସାହିରେ I ସୂଚନାନୁସାରେ, ଗ୍ରାମର କମଳାକାନ୍ତ ସ୍ୱାଇଁଙ୍କ ଘରକୁ ନୂଆ ଗ୍ୟାସ୍ ଟାଙ୍କି ଆସିଥିଲା l ଟାଙ୍କି ଖୋଲିବା ବେଳେ ଲିକ୍ ଥିବାରୁ ଏଥିରୁ ଗ୍ୟାସ୍ ବାହାରିଥିଲା l […]

Samaya Live Picture
Published On

କୋରେଇ : ଗ୍ୟାସ ସିଲିଣ୍ଡର ଲଗାଇବାବେଳେ ଘଟିଗଲା ବଡ଼ ଅଘଟଣ I ନିକଟରେ ଜଳୁଥିବା ଚୁଲିରୁ ନିଆଁ ଲାଗିଯାଇ ଫାଟିଗଲା ଗ୍ୟାସ ଟାଙ୍କି I ଫଳରେ ପାଖରେ ଥିବା ୯ ଜଣ ଗୁରୁତର ଆହତ ହୋଇଛନ୍ତି l ଘଟଣା ଘଟିଛି ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁଆଁ ଗ୍ରାମ ପଣ୍ଡାସାହିରେ I

ସୂଚନାନୁସାରେ, ଗ୍ରାମର କମଳାକାନ୍ତ ସ୍ୱାଇଁଙ୍କ ଘରକୁ ନୂଆ ଗ୍ୟାସ୍ ଟାଙ୍କି ଆସିଥିଲା l ଟାଙ୍କି ଖୋଲିବା ବେଳେ ଲିକ୍ ଥିବାରୁ ଏଥିରୁ ଗ୍ୟାସ୍ ବାହାରିଥିଲା l ଏହି ସମୟରେ ନିକଟରେ ଏକ ଚୁଲି ଜଳୁଥିବାରୁ ଅଗ୍ନିକାଣ୍ଡ ଘଟିଥିଲା l

ତେବେ ଦୁର୍ଘଟଣାରେ କମଳାଙ୍କ ସମେତ ତାଙ୍କ ପତ୍ନୀ ମଧୁସ୍ମିତା, ମା’ ଆରତୀ ଓ ପୁଅ ରତିରଞ୍ଜନ ଗୁରୁତର ଆହତ ହୋଇଥିଲେ l ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ବିଦ୍ୟାଧର ସାହୁ, ବୁଲୁ ପଣ୍ଡା, ଦୟାନିଧି ପଣ୍ଡା ଓ ପାର୍ଥ ସାରଥୀ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ l ସେମାନେ ମଧ୍ୟ ଗୁରୁତର ଆହତ ହୋଇଥିଲେ l ସମସ୍ତ ଆହତଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିବା ସୂଚନା l

Tags: