ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ

ସତ୍ୟବାଦୀ : ଘରେ ନିଆଁ ଲାଗିଯିବାରୁ ଫାଟିଲା ଗ୍ୟାସ ଟାଙ୍କି । ଫଳରେ ଭୟାବହ ଅଗ୍ନିକାଣ୍ଡ ଘଟି ଘରର ୩ ଉଡିଯାଇଥିଲା I ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଡାଙ୍ଗୁରା ଗାଁର ଗଙ୍ଗଧର ସେନାପତିଙ୍କ ଘରେ ଘଟିଛି। ଗ୍ୟାସ ଟାଙ୍କି ଫାଟିଜିଲା ଫଳରେ ରୋଷେଇ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । କିଛି ଦିନ ତଳେ ତାଙ୍କ କୁଟାଗଦାରେ କେହି ନିଆଁ ଲଗାଇଦେଇଥିଲେ । ଏନେଇ ବଳଙ୍ଗା ଥାନାରେ ଅଭିଯୋଗ […]

Samaya Live Picture
Published On

ସତ୍ୟବାଦୀ : ଘରେ ନିଆଁ ଲାଗିଯିବାରୁ ଫାଟିଲା ଗ୍ୟାସ ଟାଙ୍କି । ଫଳରେ ଭୟାବହ ଅଗ୍ନିକାଣ୍ଡ ଘଟି ଘରର ୩ ଉଡିଯାଇଥିଲା I ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଡାଙ୍ଗୁରା ଗାଁର ଗଙ୍ଗଧର ସେନାପତିଙ୍କ ଘରେ ଘଟିଛି। ଗ୍ୟାସ ଟାଙ୍କି ଫାଟିଜିଲା ଫଳରେ ରୋଷେଇ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । କିଛି ଦିନ ତଳେ ତାଙ୍କ କୁଟାଗଦାରେ କେହି ନିଆଁ ଲଗାଇଦେଇଥିଲେ । ଏନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଏବେ ଗଙ୍ଗାଧର ତାଙ୍କ ଘରେ କେହି ନିଆଁ ଲଗାଇଦେଇଥିବା ସନ୍ଦେହ କରୁଛନ୍ତି । ବଳଙ୍ଗା ଥାନାରେ ଘର ପୋଡ଼ି ନେଇ ଅଭିଯୋଗ ମଧ୍ୟ କରିଛନ୍ତି । ତଦନ୍ତ କଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି।

Tags: