ଜଳଉତ୍ସ ସଂରକ୍ଷଣ ଓ ପରିଚାଳନା ପାଇଁ ଗଞ୍ଜାମକୁ ମିଳିଲା ‘ଜାତୀୟ ଜଳ ପୁରସ୍କାର-୨୦୨୨’

ଭୁବନେଶ୍ୱର :ଜାତୀୟ ସ୍ତରରେ ଓଡିଶାକୁ ପୁଣି ଥରେ ଗୌରବାନ୍ୱିତ କରିଛି ଗଞ୍ଜାମ ଜିଲ୍ଲା।ଜାତୀୟ ସ୍ତରର ଗଞ୍ଜାମ ଜିଲ୍ଲାକୁ ମିଳିଛି ଚତୁର୍ଥ ଜାତୀୟ ଜଳ ଉତ୍ସ ପୁରସ୍କାର- ୨୦୨୨ । ଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନା ପାଇଁ ଗଞ୍ଜାମକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ଜଳଶକ୍ତି, ଜଳ ଉତ୍ସ, ନଦୀ ବିକାଶ ଓ ଗଙ୍ଗା ନବୀକରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏଥି ସକାଶେ ଭାରତ ସରକାରଙ୍କ ଏହି ମନ୍ତ୍ରଣାଳୟ ପକ୍ଷରୁ […]

Samaya Live Picture
Published On

ଭୁବନେଶ୍ୱର :ଜାତୀୟ ସ୍ତରରେ ଓଡିଶାକୁ ପୁଣି ଥରେ ଗୌରବାନ୍ୱିତ କରିଛି ଗଞ୍ଜାମ ଜିଲ୍ଲା।ଜାତୀୟ ସ୍ତରର ଗଞ୍ଜାମ ଜିଲ୍ଲାକୁ ମିଳିଛି ଚତୁର୍ଥ ଜାତୀୟ ଜଳ ଉତ୍ସ ପୁରସ୍କାର- ୨୦୨୨ । ଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନା ପାଇଁ ଗଞ୍ଜାମକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ଜଳଶକ୍ତି, ଜଳ ଉତ୍ସ, ନଦୀ ବିକାଶ ଓ ଗଙ୍ଗା ନବୀକରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଏଥି ସକାଶେ ଭାରତ ସରକାରଙ୍କ ଏହି ମନ୍ତ୍ରଣାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଏକ ପତ୍ର ମାଧ୍ୟମରେ ଅଭିନନ୍ଦନ ଜଣାଯିବା ସହ ଏହି ପୁରସ୍କାର ସମ୍ପର୍କରେ ଅବଗତ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଥମ ର‍୍ୟାଙ୍କର ଶ୍ରେଷ୍ଠ ଜିଲ୍ଲା କାଟାଗୋରିରେ ଜାତୀୟ ଜଳ ପୁରସ୍କାର-୨୦୨୨ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସମ୍ପୃକ୍ତ ମନ୍ତ୍ରଣାଳୟର ସଚିବ ପଙ୍କଜ କୁମାର ଏକ ପତ୍ର ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡାଙ୍କୁ ଅବଗତ କରିଛନ୍ତି ।

ନଦୀ ନବୀକରଣ, ମୃତ୍ତିକା ସଂରକ୍ଷଣ, ଜଳସେଚନ ପରିଚାଳନା, ବୃକ୍ଷରୋପଣ, ଜଳ ଯୋଗାଣ,ବର୍ଜ୍ୟ ଜଳ ସଂରକ୍ଷଣ, ଚିକିତ୍ସା, ପରିବେଶ ସୁରକ୍ଷା ସହିତ ଜିଲ୍ଲାସ୍ତରୀୟ ବିଭିନ୍ନ ପଦକ୍ଷେପ ପାଇଁ ଗଞ୍ଜାମ ଜିଲ୍ଲାକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା । ଏ ବାବଦରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ତେବେ ନିଜ ନିର୍ବାଚନୀ ମଣ୍ଡଳୀ ଗଞ୍ଜାମ କ୍ରମାଗତ ଭାବେ ସଫଳତା ହାସଲ କରିବା ସହିତ ଏକାଧିକ ଜାତୀୟ ପୁରସ୍କାର ହାସଲ କରିବାରେ ଲାଗିଛି । ଗଞ୍ଜାମକୁ ଜଳ ଉତ୍ସ ପୁରସ୍କାର ମିଳିବା ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଟ୍ୱିଟ କରି ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ନିଜସ୍ୱ ପଦକ୍ଷେପ ସ୍ୱରୂପ ‘ଜଲ୍ ସମୃଦ୍ଧି ଅଭିଯାନ’, ‘ପିଲାଟିଏ ଗଛଟିଏ’, ‘ଜଲ୍ ସ୍ୱଚ୍ଛତା ଦିବସ’, ‘ସେଚ ସମୀକ୍ଷା’, ‘ଜନଶୁଣାଣି’ ଓ ‘ମୋ ନିବେଦନ’ ଭଳି ଏକାଧିକ ଅଭିନବ ପଦକ୍ଷେପ ଗ୍ରହଣ କରି ସମସ୍ତଙ୍କର ପ୍ରଶଂସାଭାଜନ ହୋଇ ପାରିଛି । ଗଞ୍ଜାମକୁ ଏହି ପୁରସ୍କାର ମିଳିବା ଫଳରେ ଦେଶର ବିଭିନ୍ନ ଜିଲ୍ଲା ମଧ୍ୟ ଏହି ମହାନ କାର୍ଯ୍ୟକୁ ଅନୁସରଣ କରିବେ ।

Tags: