ବର୍ଷାରେ ଭିଜିବ ଗଣେଷ ପୂଜା,ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ

ଭୁବନେଶ୍ୱର : ଏଥର ବର୍ଷାରେ ଭିଜିବ ଗଣେଶ ପୂଜା I ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଫଳରେ ଆଗାମୀ ୪୮ ଘଣ୍ଟାରେ ହେବ ଲଘୁଚାପ I ବର୍ତ୍ତମାନ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ ଓ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୪ ଦିନ ଯାଏଁ ବର୍ଷା ଲାଗି ରହିବ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ । ଅନ୍ୟପଟେ […]

Samaya Live Picture
Published On

ଭୁବନେଶ୍ୱର : ଏଥର ବର୍ଷାରେ ଭିଜିବ ଗଣେଶ ପୂଜା I ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଫଳରେ ଆଗାମୀ ୪୮ ଘଣ୍ଟାରେ ହେବ ଲଘୁଚାପ I ବର୍ତ୍ତମାନ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ ଓ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୪ ଦିନ ଯାଏଁ ବର୍ଷା ଲାଗି ରହିବ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ପ୍ରବଳ ବର୍ଷକୁ ଦୃଷ୍ଟିରେ ରଖି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କୌରାପୁଟ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ରହିଛି । କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । କାଲିଠାରୁ ବଢ଼ିବ ବର୍ଷା ପରିମାଣ ଧୀରେ ଧୀରେ ବଢି ୨୦ରୁ ୨୧ ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିବ । ଏହି ଦୁଇ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ୨୦ ତାରିଖ ରାତିରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେଣୁ ଏବର୍ଷ ବର୍ଷାରେ ଗଣେଷ ପୂଜା ମଉଜ ମଉଳି ଯିବାର ଆଶଙ୍କା ରହିଛି I

 

Tags: