ଗଣେଶ ଜୀ ଙ୍କର ପ୍ରିୟ ପ୍ରସାଦ ‘ମୋଦକ’

ଗଜାନନ ହେଉଛନ୍ତି ଭୋଜନ ପ୍ରିୟ I ଗଣେଶ ପୂଜାରେ ପ୍ରସାଦ ରୂପେ ବିଭିନ୍ନ ଫଳ ମୂଳ ସହିତ ଗଣେଶ ଙ୍କର ଅତି ପ୍ରିୟ ରାଶି ଲଡୁ ଚୁଡା ଘସା ଇତ୍ୟାଦି ଲଗାଯାଇଥାଏ ଓ ଏହାବାଦ ଗଣେଶ ଙ୍କର ସବୁଠାରୁ ପ୍ରିୟ ପ୍ରସାଦ ହେଲେ ‘ମୋଦକ’ ଓ ଗଣେଶ ଜୀ ଏହାକୁ ଖୁବ ଆନନ୍ଦରେ ଖାଇଥାନ୍ତି ଓ ଗଣେଶ ଜୀଙ୍କ ପୂଜା ମୋଦକ ନ ଥିଲେ ପୂଜା ଅସମ୍ପୂର୍ଣ୍ଣ ରହିଥାଏ ଓ ମୋଦକ ନ ଥିଲେ ଛପନ ଭୋଗ […]

Samaya Live Picture
Published On

ଗଜାନନ ହେଉଛନ୍ତି ଭୋଜନ ପ୍ରିୟ I ଗଣେଶ ପୂଜାରେ ପ୍ରସାଦ ରୂପେ ବିଭିନ୍ନ ଫଳ ମୂଳ ସହିତ ଗଣେଶ ଙ୍କର ଅତି ପ୍ରିୟ ରାଶି ଲଡୁ ଚୁଡା ଘସା ଇତ୍ୟାଦି ଲଗାଯାଇଥାଏ ଓ ଏହାବାଦ ଗଣେଶ ଙ୍କର ସବୁଠାରୁ ପ୍ରିୟ ପ୍ରସାଦ ହେଲେ ‘ମୋଦକ’ ଓ ଗଣେଶ ଜୀ ଏହାକୁ ଖୁବ ଆନନ୍ଦରେ ଖାଇଥାନ୍ତି ଓ ଗଣେଶ ଜୀଙ୍କ ପୂଜା ମୋଦକ ନ ଥିଲେ ପୂଜା ଅସମ୍ପୂର୍ଣ୍ଣ ରହିଥାଏ ଓ ମୋଦକ ନ ଥିଲେ ଛପନ ଭୋଗ ରେ ମଧ୍ୟ ଗଣେଶ ସନ୍ତୁଷ୍ଟ ହୋଇ ନ ଥାନ୍ତି ଓ ଆସନ୍ତୁ ଜାଣିବା ଗଣେଶ ଜୀ କେମିତି ହେଲେ ମୋଦକ ପ୍ରିୟ :

ପୌରାଣିକ କଥା ଅନୁସାରେ ଥରେ ଭଗବାନ ଶିବ ଶୋଇଥିଲେ ଏବଂ ଗଣେଶ ଜୀ ଦ୍ୱାର ଜଗି ରହିଥିଲେ । ସେହି ସମୟରେ ମହର୍ଷି ପର୍ଶୁରାମ ସେଠାରେ ପହଞ୍ଚିବାରୁ ଗଣେଶ ଜୀ ତାଙ୍କୁ ଦ୍ୱାରରେ ଅଟକାଇଥିଲେ। ଏଥିରେ ପର୍ଶୁରାମ କ୍ରୋଧିତ ହୋଇ ଗଣେଶଙ୍କ ସହ ଯୁଦ୍ଧ ଆରମ୍ଭ କଲେ। ଯୁଦ୍ଧରେ ପର୍ଶୁରାମ ଶିବ ଙ୍କ ଠାରୁ ପ୍ରାପ୍ତ ହୋଇଥିବା ଅସ୍ତ୍ର ‘ପର୍ଶୁ’ ସହିତ ଗଣେଶ ଉପରେ ପ୍ରଚଣ୍ଡ ଆକ୍ରମଣ କଲେ। ଏହି ପ୍ରହାର ରେ ଗଣେଶ ଜୀଙ୍କର ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିଲା । ଦାନ୍ତ ଭାଙ୍ଗି ଯିବାରୁ ଗଣେଶ ଙ୍କୁ ଖାଦ୍ୟ ଚୋବାଇବାରେ ଅସୁବିଧା ହେଲା ତେଣୁ ତାଙ୍କ ପାଇଁ ନରମ ଖାଦ୍ୟ ସ୍ୱରୂପ ସ୍ୱାଦିଷ୍ଟ ମୋଦକ ପ୍ରସ୍ତୁତ ହେଲା ଓ ମୋଦକ ନରମ ଏବଂ ଏହାକୁ ଚୋବାଇବା ଆବଶ୍ୟକ ନାହିଁ ଓ ସେଥିପାଇଁ ଗଣେଶ ଏହାକୁ ପେଟବିହାରୀ ମହା ଆନନ୍ଦରେ ଖାଉଥିଲେ ଓ ସେହି ଦିନ ଠାରୁ ପ୍ରତିଦିନ ଖାଦ୍ୟରେ ଗଣେଶ ଙ୍କୁ ମୋଦକ ଦିଆଯାଇଥାଏ I

ଦ୍ୱିତୀୟ କାରଣ: ଏହି କାରଣ ଟି ଗଣେଶ ଜୀ ଏବଂ ମାତା ଅନୁସୁୟା ଙ୍କ ସହିତ ଜଡିତ ଓ ଥରେ ଗଣେଶ ଜୀ ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ସହ ଦେବୀ ଅନୁସୁୟାଙ୍କ ଘରକୁ ଯାଇଥିଲେ । ମାତା ଅନୁସୁୟା ଭାବିଲେ ଯେ ପ୍ରଥମେ ଗଣେଶ ଜୀ ଙ୍କୁ କିଛି ଖୁଆଇ ଦେଇ ଆସେ ଓ ସେ ଗଣେଶ ଯେତେ ଅଧିକ ଖାଇବାକୁ ଦେଲେ ମଧ୍ୟ ତାଙ୍କ ଭୋକ ଶେଷ ହେଉ ନଥିଲା। ଅନୁସୁୟା ଭାବିଲେ ଗଣେଶ ଙ୍କୁ କିଛି ମିଠା ଖୁଆଇ ଖୁଆଇ ଦିଆଯାଉ ଓ ସେ ଗଣେଶ ଙ୍କୁ ସ୍ୱାଦିଷ୍ଟ ମୋଦକ ତିଆରି କରି ଖୁଆଇଲେ ଏହାକୁ ଖାଇ ଗଣେଶ ଙ୍କର ଭୋକ ମେଣ୍ଟିଗଲା ସେ ୨୧ ଟି ହାକୁଟି ମାରି ପେଟ ଆଉଁସିଲେ ଓ ସେହିଦିନ ଠାରୁ ମୋଦକ ଗଣେଶ ଙ୍କର ଅତି ପ୍ରିୟ ହେଲା I

ଗଣେଶ ଜୀ ଙ୍କର ପ୍ରିୟ ପ୍ରସାଦ 'ମୋଦକ'

ସେହିଭଳି ଅନ୍ୟ ଏକ ମାନ୍ୟତା ହେଲା ଯଦି ଭଗବାନ ଗଣେଶଙ୍କୁ ୨୧ ଟି ମୋଦକ ଅର୍ପଣ କରାଯାଏ, ତେବେ ତାଙ୍କ ସହିତ ଅନ୍ୟ ସମସ୍ତ ଦେବତା ଏବଂ ଦେବୀଙ୍କ ପେଟ ମଧ୍ୟ ଭରିଯାଏ ଓ ଯାହାଫଳରେ ତାଙ୍କ ସହିତ ଅନ୍ୟ ସମସ୍ତ ଦେବତାଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ I

ମୋଦକ ଶବ୍ଦ ର ଅର୍ଥ ଦେଖିବାକୁ ଗଲେ ମୋଦ ର ଅର୍ଥ ହେଉଛି ଖୁସି ଓ ହର୍ଷ ଓ ଏହାକୁ ପ୍ରସାଦ ରୂପେ ଖାଇ ଗଣେଶ ଜୀ ସର୍ବଦା ଖୁସି ରୁହନ୍ତି ଏବଂ ଭକ୍ତ ମାନଙ୍କର ସମସ୍ତ କଷ୍ଟ ଦୂର କରିଥାନ୍ତି I