ଗଣେଶ ଚତୁର୍ଥୀର ଉପକ୍ରମ
ଭାଦ୍ରବ ମାସ ଶୁକ୍ଲ ପକ୍ଷର ଚତୁର୍ଥୀ ତିଥି ର ଗଣେଶ ପୂଜା ଆରମ୍ଭ ହୁଏ I ଏହି ଦିନ ଟି ହିନ୍ଦୁ ଧର୍ମରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ I ଏହି ବର୍ଷ ଗଣେଶ ଚତୁର୍ଥୀ ୩୧ ଅଗଷ୍ଟରେ ପାଳନ କରାଯିବ। ମହାରାଷ୍ଟ୍ରରେ ଗଣେଶ ପୂଜା ୧୦ ଦିନ ବ୍ୟାପି ପାଳନ କରାଯାଏ I ଏହି ଦିନ ଭକ୍ତମାନେ ନିଜ ଘରେ ଭଗବାନ ଗଣେଶ ଙ୍କୁ ପ୍ରତିଷ୍ଠା କରି ୧୦ ଦିନ ଧରି ମହାଡ଼ମ୍ବର ରେ ପୂଜାର୍ଚନା କରିଥାନ୍ତି […]
ଭାଦ୍ରବ ମାସ ଶୁକ୍ଲ ପକ୍ଷର ଚତୁର୍ଥୀ ତିଥି ର ଗଣେଶ ପୂଜା ଆରମ୍ଭ ହୁଏ I ଏହି ଦିନ ଟି ହିନ୍ଦୁ ଧର୍ମରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ I ଏହି ବର୍ଷ ଗଣେଶ ଚତୁର୍ଥୀ ୩୧ ଅଗଷ୍ଟରେ ପାଳନ କରାଯିବ। ମହାରାଷ୍ଟ୍ରରେ ଗଣେଶ ପୂଜା ୧୦ ଦିନ ବ୍ୟାପି ପାଳନ କରାଯାଏ I ଏହି ଦିନ ଭକ୍ତମାନେ ନିଜ ଘରେ ଭଗବାନ ଗଣେଶ ଙ୍କୁ ପ୍ରତିଷ୍ଠା କରି ୧୦ ଦିନ ଧରି ମହାଡ଼ମ୍ବର ରେ ପୂଜାର୍ଚନା କରିଥାନ୍ତି I ଏହି ବର୍ଷ ସେପ୍ଟେମ୍ବର ୯ ରେ ପଡୁଥିବା ଅନନ୍ତ ଚତୁର୍ଥୀ ଦିନ ଭସାଣି କରାଯିବ । ଆସନ୍ତୁ ଜାଣିବା ଏହି ବର୍ଷ -ପଡୁଥିବା ଗଣେଶ ଚତୁର୍ଥୀ ର ତାରିଖ ଓ ଶୁଭ ମୁହୂର୍ତ୍ତ ସମ୍ପର୍କରେ I

ଗଣେଶ ଚତୁର୍ଥୀ : ତାରିଖ- ୩୧ ଅଗଷ୍ଟ ୨୦୨୨
ଚତୁର୍ଥୀ ତିଥି- ୩୦ ଅଗଷ୍ଟ ରାତି ୩ :୩୪ ରୁ ୩୧ ଅଗଷ୍ଟ ରାତି ୩ :୨୩ ପର୍ଯ୍ୟନ୍ତ
ରବି ଯୋଗ – ଅଗଷ୍ଟ ୩୧ ସକାଳ ୬ .୬ ରୁ ସେପ୍ଟେମ୍ବର ୧ ଟା ୧୨ .୧୨ ପର୍ଯ୍ୟନ୍ତ
ପୂଜାପାଠର ଶୁଭ ସମୟ – ସକାଳ ୧୧ :୦୫ ରୁ ଦ୍ବିପହର ୧ :୩୮ ପର୍ଯ୍ୟନ୍ତ

ମୂର୍ତି ସ୍ଥାପନ ମୁହୂର୍ତ୍ତ :
ଲାଭ, ଅମୃତ – ସକାଳ ୬ ରୁ ୯ ଟା
ଶୁଭ ଘଡି – ସକାଳ ୧୦ :୩୦ ରୁ ୧୨ ଟା
ଚର ଏବଂ ଲାଭ – ଅପରାହ୍ନ ୩ ଟାରୁ ସନ୍ଧ୍ୟା ୬ ଟା
ଶୁଭ ଏବଂ ଅମୃତ – ସନ୍ଧ୍ୟା ୭ :୩୦ ରୁ ରାତି ୧୦ :୩୦ ଯାଏଁ
ଗଣେଶ ଚତୁର୍ଥୀ ର ମହତ୍ତ୍ୱ
ହିନ୍ଦୁ ଧର୍ମରେ ପ୍ରଥମେ ଗଣପତି ଙ୍କ ପୂଜା ପରେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୁଏ I ଗଣପତି ଙ୍କୁ ବିଘ୍ନ ହର୍ତ୍ତା ବୋଲି କୁହାଯାଇଥାଏ I ଅଗ୍ରପୂଜ୍ୟ ଗଣପତି ଙ୍କ ଆରାଧନା କଲେ ସମସ୍ତ ପ୍ରକାର ବିଘ୍ନ ନାଶ ହୋଇ ବିଳମ୍ବିତ ହେଉଥିବା କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହୋଇଥାଏ I ସମଗ୍ର ଭାରତ ବର୍ଷରେ ଗଣେଶ ଙ୍କ ପୂଜା ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ I କୁହାଯାଏ ଯେ ଯିଏ ଏହି ୧୦ ଦିନ ମଧ୍ୟରେ ଭଗବାନ ଗଣେଶଙ୍କୁ ହୃଦୟ ର ସହିତ ପୂଜା କରେ, ତାଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ ଏବଂ ଘରେ ସୁଖ ଏବଂ ସମୃଦ୍ଧି ଭାରି ରହିଥାଏ I




