ଇସ୍କନକୁ ଗଜପତି ମହାରାଜାଙ୍କ ଚିଠି

ପୁରୀ : ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଏହାକୁ ଜଗନ୍ନାଥ ପ୍ରେମୀ ବାରମ୍ବାର ବିରୋଧ କରି ଆସୁଛନ୍ତି । ଏହି ଅଦିନିଆ ରଥଯାତ୍ରାଙ୍କୁ ମଧ୍ୟ ଗଜପତି ମହାରାଜା ଓ ଶ୍ରୀମନ୍ଦିର ସେବାୟତ ବିରୋଧ କରୁଛନ୍ତି । ତେବେ ଅଦିନିଆ ରଥଯାତ୍ରାକୁ ବିଭିନ୍ନ ମହଲରେ ବିରୋଧ ପରେ ଭାରତରେ କାର୍ଯ୍ୟ କରୁଥିବା ଇସ୍କନ ସଂସ୍ଥା ଭାରତରେ ଅଦିନିଆ ରଥଯାତ୍ରାକୁ ବନ୍ଦ କରିଛି। ଏହାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି କମିସନ (ଜିବିସି) ଅଧ୍ୟକ୍ଷ ଗୋବର୍ଦ୍ଧନ […]

ଇସ୍କନକୁ ଗଜପତି ମହାରାଜାଙ୍କ ଚିଠି
Samaya Live Picture
Published On

ପୁରୀ : ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଏହାକୁ ଜଗନ୍ନାଥ ପ୍ରେମୀ ବାରମ୍ବାର ବିରୋଧ କରି ଆସୁଛନ୍ତି । ଏହି ଅଦିନିଆ ରଥଯାତ୍ରାଙ୍କୁ ମଧ୍ୟ ଗଜପତି ମହାରାଜା ଓ ଶ୍ରୀମନ୍ଦିର ସେବାୟତ ବିରୋଧ କରୁଛନ୍ତି । ତେବେ ଅଦିନିଆ ରଥଯାତ୍ରାକୁ ବିଭିନ୍ନ ମହଲରେ ବିରୋଧ ପରେ ଭାରତରେ କାର୍ଯ୍ୟ କରୁଥିବା ଇସ୍କନ ସଂସ୍ଥା ଭାରତରେ ଅଦିନିଆ ରଥଯାତ୍ରାକୁ ବନ୍ଦ କରିଛି। ଏହାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି କମିସନ (ଜିବିସି) ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏନେଇ ଗଜପତି ମହାରାଜାଙ୍କ ବ୍ୟକ୍ତିଗତ ସଚିବ ରାଧାକୃଷ୍ଣ ପଣ୍ଡା ଗଣମାଧ୍ୟମକୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷେ କିନ୍ତୁ ଭାରତ ବାହାରେ କିନ୍ତୁ କାର୍ଯ୍ୟ କରୁଥିବା ଇସ୍କନ କିନ୍ତୁ ଏହାକୁ ମାନୁନାହିଁ। ଭାରତ ବାହାରେ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି ଇସ୍କନ । ତିଥି ଅନୁଯାୟୀ ଭାରତ ବାହାରେ ସ୍ନାନ ଯାତ୍ରା ପାଳନ ପାଇଁ ଆନ୍ତର୍ଜାତିକ ଇସ୍କନ ସଂସ୍ଥା ସହମତି ପ୍ରକାଶ କରିଥିବା ବେଳେ ରଥ ଯାତ୍ରା କିନ୍ତୁ ତିଥି ଅନୁଯାୟୀ ପାଳନ ପାଇଁ ଅରାଜି ହୋଇଛି । ତେବେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଇସ୍କନକୁ ଚିଠି ଲେଖିଛନ୍ତି ଗଜପତି ମହାରାଜା ।

ଇସ୍କନକୁ ଗଜପତି ମହାରାଜା ଚିଠି ଲେଖିଛନ୍ତି ଯେ , ଇସ୍କନ ଅଦିନିଆ ରଥ ଯାତ୍ରାକୁ ବନ୍ଦ କରୁ । ଶାସ୍ତ୍ରରେ ଲିଖିତ ତିଥି ଅନୁଯାୟୀ ଇସ୍କନ ରଥଯାତ୍ରା ସାରା ବିଶ୍ଵରେ ଆୟୋଜନ କରୁ । ଗଜପତି ମହାରାଜା ଗତ ୬ ସେପ୍ଟେମ୍ବର ୨୦୨୫ରେ ପଶ୍ଚିମବଙ୍ଗ ମାୟାପୁରରେ ଅବସ୍ଥିତ ଇସ୍କନ ଗଭର୍ଣିଂ ବଡି କମିଶନ ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଜଣାଇଥିଲେ ।

ଇସ୍କନ ଜିବିସି ଅଧ୍ୟକ୍ଷ ତାଙ୍କ ୧୯ ଅକ୍ଟୋବର ୨୦୨୫ରେ ପତ୍ର ମାଧ୍ୟମରେ ଗଜପତି ମହାରାଜାଙ୍କୁ ଉତ୍ତର ଦେଇଛନ୍ତି, ଇସ୍କନ ଭାରତ ଓ ବିଦେଶରେ ସମସ୍ତ ମନ୍ଦିରରେ ଶାସ୍ତ୍ରରେ ଉଦ୍ଦିଷ୍ଟ ତିଥି ଜ୍ୟେଷ୍ଠ ପୂର୍ଣ୍ଣିମା ରେ ସ୍ନାନ ଯାତ୍ରା ପାଳନ କରିବାକୁ ସମ୍ମତ ହୋଇଥିଲେ ମଧ୍ୟ, ସେମାନେ ଶ୍ରୀଜଗନ୍ନାଥ ମନ୍ଦୀର ପରିଚାଳନା କମିଟିର ଶାସ୍ତ୍ର ଓ ପରମ୍ପରା ନିର୍ଦ୍ଧାରିତ ତିଥି ଅନୁଯାୟୀ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଠାରୁ ଆରମ୍ଭ ହେଉଥିବା ୯ ଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରା ପାଳନ କରିବାର ନିଷ୍ପତ୍ତି ସହିତ ସହମତ ହୋଇପାରୁନାହାନ୍ତି ।

ଅନ୍ୟପଟେ,ଗଜପତିଙ୍କ ଚିଠି ପରେ ଇସ୍କନର ଚିନ୍ତା ଚୈତନ୍ୟ ଉଦୟ ହେଉ ବୋଲି ଆଶା ପ୍ରକଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଗଜପତି ଚିଠିରେ ରଥଯାତ୍ରା ପାଇଁ ରୀତିନୀତି କ’ଣ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି । କୌଣସି ସ୍ଥାନରେ ମହାପ୍ରଭୁଙ୍କ ରୀତିନୀତି ଭଙ୍ଗ କରିବାକୁ ଦିଆଯିବନାହିଁ । ଇସ୍କନ କ’ଣ ଉତ୍ତର ଦେଉଛନ୍ତି ଅପେକ୍ଷା କରିଛୁ । ନହେଲେ ଆଇନଗତ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି ।

Tags: