ରତ୍ନଭଣ୍ଡାର କାର୍ଯ୍ୟ ଅନୁଧ୍ୟାନ କଲେ ଗଜପତି ମହାରାଜ

ପୁରୀ : ରତ୍ନଭଣ୍ଡାର ସମ୍ପର୍ଣ୍ଣ ସୁରକ୍ଷିତ ଏବଂ ଖୁବ୍ ସୁନ୍ଦର ଦେଖାଯାଉଛି। ଆଜି ଗଜପତି ମହାରାଜା ଦିବ୍ୟ ସିଂହଦେବ ରତ୍ନଭଣ୍ଡାର କାର୍ଯ୍ୟ ତଦାରଖ କରି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି। ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି ମହାରାଜ କହିଛନ୍ତି। ଆଜି ରତ୍ନଭଣ୍ଡାର କାର୍ଯ୍ୟ ଯାଞ୍ଚ ପାଇଁ ଶ୍ରୀମନ୍ଦିର ଯାଇଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ସାଙ୍ଗରେ ଥିଲେ ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ , […]

ରତ୍ନଭଣ୍ଡାର କାର୍ଯ୍ୟ ଅନୁଧ୍ୟାନ କଲେ ଗଜପତି ମହାରାଜ
Samaya Live Picture
Published On

ପୁରୀ : ରତ୍ନଭଣ୍ଡାର ସମ୍ପର୍ଣ୍ଣ ସୁରକ୍ଷିତ ଏବଂ ଖୁବ୍ ସୁନ୍ଦର ଦେଖାଯାଉଛି। ଆଜି ଗଜପତି ମହାରାଜା ଦିବ୍ୟ ସିଂହଦେବ ରତ୍ନଭଣ୍ଡାର କାର୍ଯ୍ୟ ତଦାରଖ କରି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି। ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି ମହାରାଜ କହିଛନ୍ତି।

ଆଜି ରତ୍ନଭଣ୍ଡାର କାର୍ଯ୍ୟ ଯାଞ୍ଚ ପାଇଁ ଶ୍ରୀମନ୍ଦିର ଯାଇଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ସାଙ୍ଗରେ ଥିଲେ ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ , ଉନ୍ନୟନ ପ୍ରଶାସକ ଏବଂ ନୀତି ପ୍ରଶାସକ । ରତ୍ନଭଣ୍ଡାର ମରାମତି କାମ କେତେ ଅଗ୍ରସର ହେଲାଣି ସେନେଇ ସମୀକ୍ଷା କରିଛନ୍ତି । ରଥଯାତ୍ରା ପରଦିନଠାରୁ ରତ୍ନଭଣ୍ଡାରର ଆନୁସଙ୍ଗିକ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାୟ ୫୦ ଘଣ୍ଟାର କାର୍ଯ୍ୟ ବାକି ରହିଥିଲା ବୋଲି ପୂର୍ବରୁ ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ । ତେବେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପୂର୍ବରୁ ଜୁଲାଇ ୬ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି ।

ମହାପ୍ରଭୁଙ୍କ କୃପାରୁ ଐତିହାସିକ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ପୂର୍ଣ୍ଣ ହେବାକୁ ଯାଉଛି ବୋଲି କହିଛନ୍ତି ଗଜପତି । ଏହା ପରେ ରତ୍ନଭଣ୍ଡାର ପୁନରୁଦ୍ଧାର କାମ ଆରମ୍ଭ ହେବ । ପ୍ରାୟ ୬୦୦ ପଥର ସ୍ଥାନାନ୍ତର କରାଯାଇଛି । ସେହିପରି ରତ୍ନ ଅଳଙ୍କାର ଗଣତି ଉପରେ ଗଜପତି ମହାରାଜା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପରେ ଗଣତିମଣତି ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ କମିଟିର ପରାମର୍ଶ କ୍ରମେ ଗଣତି କାର୍ଯ୍ୟ ଖୁବଶୀଘ୍ର କରାଯିବ ବୋଲି ଗଜପତି କହିଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ଭିତର ଭଣ୍ଡାରର ଚଟାଣ କାମ ଶେଷ ହୋଇଥିବାବେଳେ ଫିନିସିଂ କରାଯାଉଛି । ପ୍ରାୟ 9ଟି ଷ୍ଟିଲ୍ ବିମ୍ ଲାଗିଛି । ବାହାର ଭଣ୍ଡାର ପଥର ବଦଳା କାମ ବାକି ଥିବାବେଳେ ତାହା ଦୁଇ ଦିନ ମଧ୍ୟରେ ସମାପ୍ତ ହେବାର ସମ୍ଭାବନା ରହିଛି ।

ରତ୍ନଭଣ୍ଡାର ମରାମତି କାମ ମାର୍ଚ୍ଚ ଶେଷ ଆଡ଼କୁ ସମାପ୍ତ ହେବାର ଥିଲା । ମାତ୍ର ମହାପ୍ରଭୁ ବିଭିନ୍ନ ନୀତିକାନ୍ତି ପାଇଁ ମରାମତି କାର୍ଯ୍ୟ ବାରମ୍ବାର ସ୍ଥଗିତ ରହିଥିଲା । ଫଳରେ ନିର୍ଦ୍ଦାରିତ ସମୟରେ ମରାମତି ପୂର୍ଣ୍ଣ ହୋଇ ପାରିନଥିଲା । ସେହିପରି ରଥଯାତ୍ରା ପାଇଁ ମଧ୍ୟ କାମ ସ୍ଥଗିତ ରହିଥିବା । ଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ଲାଗିବା ପରେ ପୁନର୍ବାର ମରାମତି କାମ ଆରମ୍ଭ ହୋଇଥିଲା ।

Tags: