‘ଗଗନଯାନ’ମିଶନ: ଘୋଷଣା ହେଲା ୪ ମହାକାଶଚାରୀଙ୍କ ନାଁ

ତିରୁଅନନ୍ତପୁରମ : ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି । ଏହି ଭାରତୀୟ ମହାକାଶଚାରୀ ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ୍ । ଏମାନେ ହେଉଛନ୍ତି ଗ୍ରୁପ୍‌ କ୍ୟାପ୍ଟେନ ପ୍ରଶାନ୍ତ ବାଲକୃଷ୍ଣନ୍ ନାୟର, ଗ୍ରୁପ୍‌ କ୍ୟାପ୍ଟେନ ଅଜିତ୍‌ କ୍ରିଷ୍ଣନ୍‌, ଗ୍ରୁପ୍‌ କ୍ୟାପ୍ଟେନ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍‌ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା। ପ୍ରଧାନମନ୍ତ୍ରୀ ୪ ମହାକାଶଚାରୀଙ୍କୁ ୱିଙ୍ଗ୍ ଲଗାଇ ସମ୍ମାନିତ କରିଛନ୍ତି। ଏହି ଚାରି ଅଧିକାରୀ ଗଗନଯାନ ମାଧ୍ୟମରେ ମହାକାଶ […]

Samaya Live Picture
Published On

ତିରୁଅନନ୍ତପୁରମ : ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି । ଏହି ଭାରତୀୟ ମହାକାଶଚାରୀ ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ୍ । ଏମାନେ ହେଉଛନ୍ତି ଗ୍ରୁପ୍‌ କ୍ୟାପ୍ଟେନ ପ୍ରଶାନ୍ତ ବାଲକୃଷ୍ଣନ୍ ନାୟର, ଗ୍ରୁପ୍‌ କ୍ୟାପ୍ଟେନ ଅଜିତ୍‌ କ୍ରିଷ୍ଣନ୍‌, ଗ୍ରୁପ୍‌ କ୍ୟାପ୍ଟେନ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍‌ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା। ପ୍ରଧାନମନ୍ତ୍ରୀ ୪ ମହାକାଶଚାରୀଙ୍କୁ ୱିଙ୍ଗ୍ ଲଗାଇ ସମ୍ମାନିତ କରିଛନ୍ତି। ଏହି ଚାରି ଅଧିକାରୀ ଗଗନଯାନ ମାଧ୍ୟମରେ ମହାକାଶ ଯାତ୍ରା କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କେରଳର ତିରୁଅନନ୍ତପୁରମରେ ଥିବା ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଗଗନଯାନ ଅଭିଯାନରେ ମହାକାଶକୁ ଯିବାକୁ ଥିବା ୪ ବୀର ମହାକାଶଚାରୀଙ୍କ ସହ ଦେଶକୁ ପରିଚିତ କରାଇଛନ୍ତି। ଗଗନଯାନ ମିଶନ ହେଉଛି ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ, ଯେଉଁଥିପାଇଁ ଇସ୍ରୋର ବିଭିନ୍ନ କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।

୪ ମହାକାଶଚାରୀଙ୍କୁ ପରିଚିତ କରାଇବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,‘ଆଜି ଆମେ ସମସ୍ତେ ଏକ ଐତିହାସିକ ଯାତ୍ରାର ସାକ୍ଷୀ ସାଜିଛନ୍ତି। କିଛି ସମୟ ପୂର୍ବରୁ ଦେଶ ଏହାର ଚାରିଜଣ ଗଗନଯାନ ଯାତ୍ରୀଙ୍କ ସହିତ ପ୍ରଥମ ଥର ପାଇଁ ପରିଚିତ ହେଲା। ଏମାନେ କେବଳ ଚାରୋଟି ନାମ କିମ୍ବା ୪ଜଣ ବ୍ୟକ୍ତିି ନୁହଁନ୍ତି, ଏମାନେ ହେଉଛନ୍ତି ୧୪୦ କୋଟି ଆକାଂକ୍ଷାକୁ ମହାକାଶକୁ ନେବାକୁ ଥିବା ୪ ଶକ୍ତି। ୪୦ ବର୍ଷ ପରେ କେହି ଭାରତୀୟ ମହାକାଶକୁ ଯିବେ। କିନ୍ତୁ ଏଥର ସମୟ ବି ଆମର, କାଉଣ୍ଟଡାଉନ୍ ମଧ୍ୟ ଆମର ଏବଂ ରକେଟ୍ ମଧ୍ୟ ଆମର।’’ ପ୍ରଥମଥର ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ । ଏଥିପାଇଁ ସାରା ଦେଶର ଶୁଭକାମନା, ଶୁଭେଚ୍ଛା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Tags: