ଗାଦି ମଡ଼ା ଅଫିସରଙ୍କୁ ସରକାରୀ ଛାଟ,ବଦଳି ନମାନିଲେ ହେବେ ସସ୍ପେଣ୍ଡ

ଭୁବନେଶ୍ୱର : ବଦଳି ମାନୁ ନାହାନ୍ତି ଓଏଏସ ଅଫିସର । ଦୀର୍ଘ ସମୟ ଧରି ଗାଦି ମାଡି ବସିଥିବା ଓଏଏସ୍ ଅଫିସରକୁ ସରକାରଙ୍କ ଛାଟ। ବଦଳି ନିର୍ଦ୍ଦେଶ ପରେ ନୂଆ କାର୍ଯ୍ୟରେ ଯୋଗ ନଦେଲେ ବନ୍ଦ ହେବ ଦରମା। ୧୦ ତାରିଖ ସୁଦ୍ଧା ବଦଳି ସ୍ଥାନରେ ଯୋଗ ନଦେଲେ ୧୧ ତାରିଖରେ ହେବେ କାର୍ଯ୍ୟରୁ ନିଲମ୍ବନ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ। ବଦଳି ନିର୍ଦ୍ଦେଶ ମାନୁନଥିବା ଅଧିକାରୀଙ୍କ […]

Samaya Live Picture
Published On

ଭୁବନେଶ୍ୱର : ବଦଳି ମାନୁ ନାହାନ୍ତି ଓଏଏସ ଅଫିସର । ଦୀର୍ଘ ସମୟ ଧରି ଗାଦି ମାଡି ବସିଥିବା ଓଏଏସ୍ ଅଫିସରକୁ ସରକାରଙ୍କ ଛାଟ। ବଦଳି ନିର୍ଦ୍ଦେଶ ପରେ ନୂଆ କାର୍ଯ୍ୟରେ ଯୋଗ ନଦେଲେ ବନ୍ଦ ହେବ ଦରମା। ୧୦ ତାରିଖ ସୁଦ୍ଧା ବଦଳି ସ୍ଥାନରେ ଯୋଗ ନଦେଲେ ୧୧ ତାରିଖରେ ହେବେ କାର୍ଯ୍ୟରୁ ନିଲମ୍ବନ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ। ବଦଳି ନିର୍ଦ୍ଦେଶ ମାନୁନଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ଗତ ଅଗଷ୍ଟ ୧୭ ଓ ଅକ୍ଟୋବର ୧୭ ତାରିଖରେ ଓଏଏସ୍‌ ଅଫିସର ବଦଳି ଲାଗି ୨ଟି ତାଲିକା ପ୍ରକାଶ ପାଇଥିଲା। ନଭେମ୍ବର ୨୬ ତାରିଖରେ ସେହି ତାଲିକାଭୁକ୍ତ ସମସ୍ତ ଓଏଏସ୍‌ ଅଫିସରଙ୍କୁ ଏକକାଳୀନ ନୂତନ କାର୍ଯ୍ୟରେ ଯୋଗଦେବା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ତେଣୁ ଏହି ଅଫିସରମାନଙ୍କ ମଧ୍ୟରୁ ଯଦି କେହି ଧାର୍ଯ୍ୟ ସମୟ ଭିତରେ ବଦଳି କରାଯାଇଥିବା ସ୍ଥାନରେ ଯୋଗ ନ ଦେଇଥା’ନ୍ତି ତେବେ ଜିଲାପାଳ ଏବଂ କଣ୍ଟ୍ରୋଲିଂ ଅଧିକାରୀ ସେମାନଙ୍କ ଦରମା ବନ୍ଦ କରିବେ ବୋଲି କୁହାଯାଇଛି।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ନିର୍ବାଚନ ପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ନେଇ ଯେଉଁ ଓଏଏସ୍ ଅଧିକାରୀମାନଙ୍କୁ ବଦଳି କରାଯାଇଥିଲା, ସେମାନଙ୍କୁ ଆମେ ସରକାରଙ୍କ ତରଫରୁ ରିଲିଭ କରି ସାରିଛୁ। ଏବେ ସେମାନଙ୍କୁ ଜିଲ୍ଲାପାଳମାନେ ରିଲିଭ୍ କରିବେ।

କିନ୍ତୁ କିଛି ସ୍ଥାନରେ ଛୋଟ ବଡ଼ କାମ ବାକି ରହିଥିବାରୁ ସେଠାରେ ଜିଲ୍ଲାପାଳମାନେ ଏମାନଙ୍କୁ ରିଲିଭ୍ କରିନାହାନ୍ତି। ଅନ୍ୟ କିଛି ସ୍ଥାନରେ ଓଏଏସ୍ ଅଧିକାରୀମାନେ ବିଭିନ୍ନ ଚାପ ପ୍ରୟୋଗ କରି ପୁଣି ସେହି ସ୍ଥାନରେ ରହିବାକୁ ଉଦ୍ୟମ କରୁଥିବା ଖବର ଆମ ପାଖକୁ ଆସିଛି। ତେବେ ଯେଉଁମାନେ ରିଲିଭ୍ ହେବେ ନାହିଁ, ସେମାନଙ୍କୁ ନିଲମ୍ବିତ ବୋଲି ଧରିନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Tags: