ଆଜି ଠାରୁ କମିବ ଶୀତ ,ବଢିବ ଦିନର ତାପମାତ୍ରା

ଭୁବନେଶ୍ୱର : ଆଉ ନାହିଁ ମାଘ ମାସ ଶୀତ ବାଘ ପରି । ଜଳବାୟୁ ପରିବର୍ତ୍ତନ ଫଳରେ ଧୀରେ ଧିରେ ଶୀତ ଅପସରି ଗଲାଣି ଇ ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ରାଜ୍ୟରେ କମିବ ଶୀତ । ବୁଧବାର ରାତିରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବ । ସେହିପରି ଦିନର ଖରା ମଧ୍ୟ ଟାଣ ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି […]

Samaya Live Picture
Published On

ଭୁବନେଶ୍ୱର : ଆଉ ନାହିଁ ମାଘ ମାସ ଶୀତ ବାଘ ପରି । ଜଳବାୟୁ ପରିବର୍ତ୍ତନ ଫଳରେ ଧୀରେ ଧିରେ ଶୀତ ଅପସରି ଗଲାଣି ଇ ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ରାଜ୍ୟରେ କମିବ ଶୀତ । ବୁଧବାର ରାତିରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବ । ସେହିପରି ଦିନର ଖରା ମଧ୍ୟ ଟାଣ ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେହିପରି ଥଣ୍ଡା କମିବା ସହ ଘନ କୁହୁଡ଼ି ରହିବ । ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ଦେଖାଯିବ ବୋଲି ଆକଳନ ରହିଛି । ବୁଧବାର ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ଘନରୁ ଅତି ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଗୁରୁବାର ବି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଘନରୁ ଅତି ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର ଭଦ୍ରକ, ବାଲେଶ୍ୱର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ । ଗୁରୁବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ କନ୍ଧମାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଅନ୍ୟପଟେ କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ କୋରାପୁଟ ଜିଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଜି. ଉଦୟଗିରିରେ ରାତି ତାପମାତ୍ରା ୪.୨ ଡିଗ୍ରୀ ଥିବାବେଳେ କୋରାପୁଟ ଜିଲାର ସେମିଳିଗୁଡ଼ାରେ ପାରଦ ୫.୫ ଡିଗ୍ରୀ ରହିଛି। ସେହିପରି ଫୁଲବାଣୀରେ ୭, ଭବାନୀପାଟଣାରେ ୯.୪, କୋରାପୁଟ ଓ ରାଉରକେଲାରେ ୯.୫, ଝାରସୁଗୁଡ଼ାରେ ୯.୮, ନବରଙ୍ଗପୁରରେ ୧୦.୫, ବୌଦ୍ଧ ଓ ଅନୁଗୁଳରେ ୧୧ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ।

Tags: