ଆଜିଠାରୁ ବିଜେଡି ର ଜନସମ୍ପର୍କ ପଦଯାତ୍ରା ଆରମ୍ଭ,ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ‘ଜନ ସମ୍ପର୍କ ପଦଯାତ୍ରା’। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ-୫୭ ସ୍ଥିତ ବରଗଡ଼ ବ୍ରିଟ୍‌‌ କଲୋନୀ ନେତାଜୀ ପଡ଼ିଆରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି I ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ପଦଯାତ୍ରା ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ‘ଜନ ସମ୍ପର୍କ ପଦଯାତ୍ରା’। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ-୫୭ ସ୍ଥିତ ବରଗଡ଼ ବ୍ରିଟ୍‌‌ କଲୋନୀ ନେତାଜୀ ପଡ଼ିଆରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି I ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ପଦଯାତ୍ରା ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି,ମହାତ୍ମା ଗାନ୍ଧୀ ଆମ ପାଇଁ ପ୍ରେରଣାର ଉତ୍ସ। ଗାନ୍ଧିଜୀଙ୍କ ଆଦର୍ଶ ଆମକୁ ବାଟ ଦେଖାଇ ଚାଲିଛିା ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବ ମା’,ଏସସିଏସଟଙ୍କ ପାଇଁ କାମ କରୁଛି ବିଜେଡିା ମାଆ ମାନଙ୍କ ପାଇଁ ମହିଳା ସଂରକ୍ଷଣ ବିଲ୍‌‌ ଆଇନ ଲାଗୁ ହୋଇଛି। ଓଡିଶା ରୂପାନ୍ତର କ୍ଷେତ୍ରରେ ଆଗେଇ ଚାଲିଛି। ବିଏସକେୱାଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିଛି। ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଢିଛି। ପ୍ରାକୃତିକ ଦୁର୍ବିପାକ ମୁକାବିଲା,ଆଇଟି କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡିଶା। ପୁଞ୍ଜି ନିବେଶରେ ଓଡିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜୁଜନତା ଦଳ ର ଜନ ସମ୍ପର୍କ ଅଭିଯାନ( ପଦଯାତ୍ରା) ବଡଗଡ କଳିଙ୍ଗ ବିଜୁ ଆଦର୍ଶ କଲୋନୀ ଠାରେ ଓଡ଼ିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଦଯାତ୍ରା ର ଶୁଭାରମ୍ଭ କରିଛନ୍ତି ।

ଆଜି ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ବିଏମସି ୪୪ ନମ୍ବର ୱାର୍ଡରୁ ପଦଯାତ୍ରା ଆରମ୍ଭ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ୫୭ ନମ୍ବର ୱାର୍ଡ ନେତାଜୀ ପଡିଆ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ଉଦବୋଧନ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା,ବିଧାୟକ ଦେବୀ ମିଶ୍ର ମଧ୍ୟ ଉପସ୍ଥିତ ରହିଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ରହିଛନ୍ତି।

Tags: