ଆଜି ଠାରୁ ଶ୍ରଦ୍ଧାଳୁ ପାଇବେ ଆଡ଼ପ ଅବଢ଼ା

ପୁରୀ : ଜନ୍ମବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି I ବୁଧବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦର୍ଶନ ଦେବାପରେ ଗୁରୁବାର ସନ୍ଧ୍ୟାରେ ରଥାରୁଢ଼ ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ନିଆଯାଇଥିଲା । ରଥ ଉପରେ ବିରାଜିତ ଶ୍ରୀଜିଉଙ୍କ ସମସ୍ତ ନୀତି ଶେଷହେବା ପରେ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ପହଣ୍ଡି l ଅଗଣିତ ଭକ୍ତ ଓ ସେବାୟତଙ୍କ ସମାଗମ ମଧ୍ୟରେ ଆଡପ ମଣ୍ଡପ ବିଜେ କରିଥିଲେ ଶ୍ରୀଜିଉ । ପହଣ୍ଡି ବେଳେ ଘଣ୍ଟଘଣ୍ଟା ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ […]

Samaya Live Picture
Published On

ପୁରୀ : ଜନ୍ମବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି I ବୁଧବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦର୍ଶନ ଦେବାପରେ ଗୁରୁବାର ସନ୍ଧ୍ୟାରେ ରଥାରୁଢ଼ ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ନିଆଯାଇଥିଲା । ରଥ ଉପରେ ବିରାଜିତ ଶ୍ରୀଜିଉଙ୍କ ସମସ୍ତ ନୀତି ଶେଷହେବା ପରେ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ପହଣ୍ଡି l ଅଗଣିତ ଭକ୍ତ ଓ ସେବାୟତଙ୍କ ସମାଗମ ମଧ୍ୟରେ ଆଡପ ମଣ୍ଡପ ବିଜେ କରିଥିଲେ ଶ୍ରୀଜିଉ । ପହଣ୍ଡି ବେଳେ ଘଣ୍ଟଘଣ୍ଟା ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି। ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ପହଣ୍ଡି ଦେଖି କୋଟି ଜନ୍ମର ପୂଣ୍ୟ ଲଭିଛନ୍ତି।

ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିବ ଆଡ଼ପ ଅବଢା । ଚଳିତ ଥର ୫ ଦିନ ଆଡ଼ପ ଅବଢ଼ା ମିଳିବ। ଏଥିପାଇଁ ଆଜି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନ୍ୟପଟେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି । ଦ୍ବିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । କଳା, ଧଳା, ନାଲି, ହଳଦିଆ, ହରିତାଳ ପ୍ରିୟଙ୍ଗୁ, କସ୍ତୁରୀରେ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି ।

ଅନ୍ୟପଟେ ଆଜି ଠାରୁ ଆଡ଼ପ ଦର୍ଶନ ପାଇଁ ଭିଡ଼ ଲାଗିବାର ସମ୍ଭାବନା ଥିବାରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

Tags: