ଆଜିଠାରୁ ମହାପ୍ରଭୁଙ୍କର ଅଣସର ନୀତି,ପଟି ଦିଅଁ ରେ ଭକ୍ତଙ୍କୁ ଦେବେ ଦର୍ଶନ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ପରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଅଣସର ନୀତି I ଗତ କାଲି ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ଶ୍ରୀଜିଉ । ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଉପଶମ ପାଇଁ ଆରମ୍ଭ ହୋଇଛି ଉପଚାର I ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଆଜିଠାରୁ ଆରମ୍ଭ କରିବେ ଗୁପ୍ତସେବା। ଏହି ସମୟରେ ରତ୍ନସିଂହାସନରେ ଦାରୁବିଗ୍ରହଙ୍କ ଦର୍ଶନ ମିଳିବନି। […]

Samaya Live Picture
Published On

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ପରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଅଣସର ନୀତି I ଗତ କାଲି ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ଶ୍ରୀଜିଉ । ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଉପଶମ ପାଇଁ ଆରମ୍ଭ ହୋଇଛି ଉପଚାର I ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଆଜିଠାରୁ ଆରମ୍ଭ କରିବେ ଗୁପ୍ତସେବା। ଏହି ସମୟରେ ରତ୍ନସିଂହାସନରେ ଦାରୁବିଗ୍ରହଙ୍କ ଦର୍ଶନ ମିଳିବନି। ଅଣସର ତାଟିରେ ରହି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ପଟିଦିଅଁ। ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଛି । ୧୫ ଦିନ ତୁଳସୀ ଲାଗି ହେବା ବଦଳରେ ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ । ପଣା ଓ ଚକଟା ଭୋଗ ଲାଗି କରାଯାଏ ।

ରବିବାର ସ୍ନାନବେଦୀରେ ସ୍ନାନ ନୀତି ସମ୍ପନ୍ନ ପରେ ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବାହୁଡା ବିଜେ କରିଥିଲେ ଠାକୁର। ଏହାପରେ କୋଠସୁଆଁସିଆମାନେ ଭିତରକୁ ଯାଇ ଭିତରକାଠ ନିକଟରେ ତାଟି ବାନ୍ଧିବେ। ତାଟିରେ ପଟିଦିଅଁଙ୍କୁ ରୁନ୍ଧା ଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଦେବୀ ସୁଭଦ୍ରା ଭୂବନେଶ୍ୱରୀ ରୂପେ ଏବଂ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଭାବେ ମହାଅଣସର ପଟିରେ ସ୍ଥାନିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଅନନ୍ତ ନାରାୟଣ, ଅନନ୍ତ ବାସୁବେ, ଭୁବନେଶ୍ୱରୀ, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ଓ ନୃସିଂହ ଅଣସର ତାଟି ସମ୍ମୁଖରେ ରହି ପୂଜା ପାଇବେ।

ଊକ୍ତମାନେ ଏହି ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ।ଏଥିପାଇଁ ଶ୍ରୀଅଲାରନାଥ ପୀଠରେ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆଜି ଭୋରୁ ଶ୍ରୀଅଲାରନାଥଙ୍କ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳଆରତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ସ୍ୱୂର୍ଯ୍ୟ ପୂଜା ଶେଷ ହୋଈଛି । ଏହି ଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିବ । ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂର୍ଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି ।

Tags: