ଏଣିକି ସ୍କୁଲରେ ହେବ ପିଲାଙ୍କ ବାୟୋମେଟ୍ରିକ ଅପଡେଟ
ନୂଆଦିଲ୍ଲୀ : ପିଲାଙ୍କ ଆଧାରକୁ ନେଇ ଆସିଲା ବଡ଼ ଖବର । ଏଣିକି ସ୍କୁଲରେ ହେବ ପିଲାଙ୍କ ବାୟୋମେଟ୍ରିକ ଅପଡେଟ । ପିଲାମାନଙ୍କ ପାଇଁ ଆଧାର କାର୍ଡ ଅପଡେଟ୍ ପ୍ରକ୍ରିୟାକୁ ସରଳ କରିବା ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ଅଭିଭାବକମାନଙ୍କୁ ଆଉ ଆଧାର କେନ୍ଦ୍ରଗୁଡ଼ିକରେ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ସରକାର ସିଧାସଳଖ ସ୍କୁଲକୁ ଯାଇ ପିଲାମାନଙ୍କ ବାୟୋମେଟ୍ରିକ୍ ସୂଚନା ଅପଡେଟ୍ କରିବାକୁ ଯୋଜନା କରିଛନ୍ତି। […]
ନୂଆଦିଲ୍ଲୀ : ପିଲାଙ୍କ ଆଧାରକୁ ନେଇ ଆସିଲା ବଡ଼ ଖବର । ଏଣିକି ସ୍କୁଲରେ ହେବ ପିଲାଙ୍କ ବାୟୋମେଟ୍ରିକ ଅପଡେଟ । ପିଲାମାନଙ୍କ ପାଇଁ ଆଧାର କାର୍ଡ ଅପଡେଟ୍ ପ୍ରକ୍ରିୟାକୁ ସରଳ କରିବା ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ଅଭିଭାବକମାନଙ୍କୁ ଆଉ ଆଧାର କେନ୍ଦ୍ରଗୁଡ଼ିକରେ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ସରକାର ସିଧାସଳଖ ସ୍କୁଲକୁ ଯାଇ ପିଲାମାନଙ୍କ ବାୟୋମେଟ୍ରିକ୍ ସୂଚନା ଅପଡେଟ୍ କରିବାକୁ ଯୋଜନା କରିଛନ୍ତି। ଆଗାମୀ ଦୁଇ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।
ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେହି ସମସ୍ତ ପିଲାଙ୍କ ପାଖରେ ପହଞ୍ଚିବା ଯେଉଁମାନେ ପାଞ୍ଚ ବର୍ଷ ବୟସ ପରେ ମଧ୍ୟ ସେମାନଙ୍କର ବାଧ୍ୟତାମୂଳକ ବାୟୋମେଟ୍ରିକ୍ ଅପଡେଟ୍ (MBU) କରିନାହାଁନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ଏପରି ସାତ କୋଟିରୁ ଅଧିକ ପିଲା ଅଛନ୍ତି। ଆଧାର ଅପଡେଟ୍ ନ ପାଇବା ଦ୍ୱାରା ଅନେକ ପିଲାଙ୍କ ଆଧାର ନମ୍ବର ନିଷ୍କ୍ରିୟ ହୋଇଯିବାର ଆଶଙ୍କା ରହିଛି। ଅଭିଭାବକଙ୍କ ସମ୍ମତିରେ ସ୍କୁଲ ପରିସରରେ ପିଲାମାନଙ୍କର ବାୟୋମେଟ୍ରିକ୍ ଅପଡେଟ୍ କରାଯିବ । କର୍ତ୍ତୃପକ୍ଷ ବର୍ତ୍ତମାନ ଆଗାମୀ ୨ ମାସ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ । ନିୟମ ଅନୁଯାୟୀ, ୫ ରୁ ୭ ବର୍ଷ ବୟସ ମଧ୍ୟରେ ବାୟୋମେଟ୍ରିକ୍ ଅପଡେଟ୍ ମାଗଣା, କିନ୍ତୁ ୭ ବର୍ଷ ପରେ, ଏଥିପାଇଁ ୧୦୦ ଟଙ୍କା ଫି ଦେବାକୁ ପଡିବ । ଯଦି ଏହି ଅପଡେଟ୍ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଯାଏ ନାହିଁ, ତେବେ ଆଧାର ନମ୍ବରକୁ ମଧ୍ୟ ଡି-ଆକ୍ଟିଭେଟେଡ୍ କରାଯାଇପାରିବ ।
ବାୟୋମେଟ୍ରିକ୍ ଅପଡେଟ୍ ପରେ, ଆଧାର କାର୍ଡକୁ ସ୍କୁଲ ଆଡମିସନ୍, ସ୍କୋଲାରସିପ୍, ଗମେଣ୍ଟ ସ୍କିମ୍ ଏବଂ ଏକଜାମ୍ ରେଜିଷ୍ଟ୍ରେସନ୍ ଭଳି ସର୍ଭିସ୍ ପାଇଁ ସହଜରେ ବ୍ୟବହାର କରାଯାଇପାରିବ । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ୧୫ ବର୍ଷ ବୟସରେ ଦ୍ୱିତୀୟ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ଅପଡେଟ୍ ଅର୍ଥାତ୍ MBU ପାଇଁ ସ୍କୁଲ ଏବଂ କଲେଜ ମାଧ୍ୟମରେ ଏହି ସୁବିଧା ଯୋଗାଇବାକୁ ଯୋଜନା କରୁଛି ।
ଏହି ପ୍ରୋଜେକ୍ଟ ଅଧୀନରେ, UIDAI ପ୍ରତ୍ୟେକ ଜିଲ୍ଲାକୁ ବାୟୋମେଟ୍ରିକ୍ ମେସିନ୍ ଯୋଗାଇବ, ଯାହାକୁ ପରବର୍ତ୍ତୀ ସମୟରେ ବିଭିନ୍ନ ସ୍କୁଲକୁ ପଠାଯିବ । ଏହା ସ୍କୁଲ ପରିସରରେ ପିଲାମାନଙ୍କର ବାୟୋମେଟ୍ରିକ୍ ସୂଚନା (ଆଙ୍ଗୁଠି ଛାପ ଏବଂ ଆଇରିସ୍ ସ୍କାନ) ଅପଡେଟ୍ କରିବ।
ପିଲାମାନଙ୍କ ପାଇଁ ଏକ ଅପଡେଟ୍ ଆଧାର କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍କୁଲ ପ୍ରବେଶ, ବିଭିନ୍ନ ପ୍ରବେଶ ପରୀକ୍ଷାରେ ଅଂଶଗ୍ରହଣ, ସରକାରୀ ସ୍କଲାରସିପ୍ ଏବଂ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (DBT) ଯୋଜନାରେ ଅଂଶଗ୍ରହଣ କରିବା ଭଳି ସେବା ପାଇବା ପାଇଁ ଏକ ବୈଧ ଏବଂ ଅପଡେଟ୍ ଆଧାର ନମ୍ବର ଅତ୍ୟାବଶ୍ୟକ। ପିଲାମାନେ ପାଞ୍ଚ ବର୍ଷ ବୟସରେ ପ୍ରଥମ ଥର ଏବଂ ପନ୍ଦର ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ସେମାନଙ୍କର ବାୟୋମେଟ୍ରିକ୍ ଅପଡେଟ୍ କରିବା ବାଧ୍ୟତାମୂଳକ।




