ମେ ୧୫ରୁ ବଢିବ ତାତି,୪୫ ଡିଗ୍ରୀ ଟପିପାରେ ପାରଦ
ଭୁବନେଶ୍ୱର : ଆକାଶରୁ ହେବ ଅଗ୍ନିଵର୍ଷା I ବଢିବ ଅସମ୍ଭାଳ ତାତି I ରାଜ୍ୟରେ ବାତ୍ୟା’ମୋକା’ପ୍ରଭାବରେ ପାଣିପାଗରେ ହେବ ପରିବର୍ତ୍ତନ I ବର୍ତମାନ ପ୍ରବଳ ଖରା ଓ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ I ବାତ୍ୟା ‘ମୋକା’୧୪ ରେ ଲାଣ୍ଡଫଲ କରିବା ପରେ ୧୫ତାରିଖରୁ ବଢିବ ଅସମ୍ଭାଳ ତାତି I ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ତାପମାତ୍ରା କିଛି କିଛି ସ୍ଥାନରେ ୪୫ ଡିଗ୍ରି ଅତିକ୍ରମ କରିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା […]
ଭୁବନେଶ୍ୱର : ଆକାଶରୁ ହେବ ଅଗ୍ନିଵର୍ଷା I ବଢିବ ଅସମ୍ଭାଳ ତାତି I ରାଜ୍ୟରେ ବାତ୍ୟା’ମୋକା’ପ୍ରଭାବରେ ପାଣିପାଗରେ ହେବ ପରିବର୍ତ୍ତନ I ବର୍ତମାନ ପ୍ରବଳ ଖରା ଓ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ I ବାତ୍ୟା ‘ମୋକା’୧୪ ରେ ଲାଣ୍ଡଫଲ କରିବା ପରେ ୧୫ତାରିଖରୁ ବଢିବ ଅସମ୍ଭାଳ ତାତି I ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ତାପମାତ୍ରା କିଛି କିଛି ସ୍ଥାନରେ ୪୫ ଡିଗ୍ରି ଅତିକ୍ରମ କରିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାନୁସାରେ, ୧୫ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଅନୁଗୁଳ ଆଦି ୪ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଆଗାମୀ ୪-୫ ଦିନ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଦିନ ୧୧ଟାରୁ ୩ଟା ଯାଏଁ ଟାଣ ଖରାରେ ପଦାକୁ ନ ବାହାରିବା, ଖରାରେ କଠିନ ପରିଶ୍ରମ ନକରିବା ଏବଂ ଜରୁରୀ କାମରେ ବାହାରକୁ ଗଲେ ପାଣି ବୋତଲ, ଛତା, କଳା ଚଷମା, ଚପଲ, ହାଲୁକା ଓ ଢିଲା ପୋଷାକ ପିନ୍ଧିବାକୁ ଅବଗତ କରାଯିବ ।
ସେପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋକା’ ଆଜି ମଧ୍ୟରାତ୍ରୀ ସୁଦ୍ଧା ଭୀଷଣ ରୂପ ନେବ। ଏହା ୧୪ ତାରିଖ ପୂର୍ବାହ୍ନରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୪୫ କିମି ରହିବ।




