ଜୁଲାଇ ପହିଲାରୁ ବସ ଘର୍ମଘଟକୁ ନେଇ ଆଜି ହେବ ନିଷ୍ପତ୍ତି
ଭୁବନେଶ୍ୱର: ଜୁନ ୨୭: ଆଗକୁ ଆସୁଛି ରଥଯାତ୍ରା । ରଥରେ ରାଜ୍ୟର ପରିବହନ ବା ଯାତାୟାତ ବାଧାପ୍ରାପ୍ତ ନହେବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚାଲିଛି । ଏପଟେ ରାଜ୍ୟରେ ଘନଉଛି ବସ ଆନ୍ଦୋଳନ । ଘରୋଇ ବସ୍ ବନ୍ଦ ନ କରିବାକୁ ପରିବହନ ମନ୍ତ୍ରୀ କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଯୋଗୁ ଏହି ସମସ୍ୟାର ସମାଧାନ ସେ ଆସିବା ପରେ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ତେବେ ବସ୍ ଧର୍ମଘଟ […]
ଭୁବନେଶ୍ୱର: ଜୁନ ୨୭: ଆଗକୁ ଆସୁଛି ରଥଯାତ୍ରା । ରଥରେ ରାଜ୍ୟର ପରିବହନ ବା ଯାତାୟାତ ବାଧାପ୍ରାପ୍ତ ନହେବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚାଲିଛି । ଏପଟେ ରାଜ୍ୟରେ ଘନଉଛି ବସ ଆନ୍ଦୋଳନ । ଘରୋଇ ବସ୍ ବନ୍ଦ ନ କରିବାକୁ ପରିବହନ ମନ୍ତ୍ରୀ କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଯୋଗୁ ଏହି ସମସ୍ୟାର ସମାଧାନ ସେ ଆସିବା ପରେ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ତେବେ ବସ୍ ଧର୍ମଘଟ ହେବ ନା ନାହିଁ ଆଜିର କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବ । ଆଜି କାର୍ଯ୍ୟକାରୀ କମିଟି ବୈଠକ ପରେ ବସ୍ ମାଲିକ ସଂଘ ଠୋସ୍ ନିଷ୍ପତ୍ତି ନେବ । ବସ୍ ପର୍ମିଟ୍ ତୃତୀୟ ପକ୍ଷକୁ ହସ୍ତାନ୍ତର,ବସ୍ ଫିଟନେସ୍ ପର୍ମିଟ୍ ବଳବତ୍ତର ପର୍ଯ୍ୟନ୍ତ ସ୍ଥାୟୀ ପର୍ମିଟ୍ ଦେବା, ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଏନଏଚ୍ ୫୫ ତୁରନ୍ତ ନିର୍ମାଣ କରିବା, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନିଷ୍ପତ୍ତି ପରିବର୍ତ୍ତନ କରିବା, କୋଭିଡ୍ ବେଳେ ଋଣ ଯୋଗାଇଦେବାକୁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ଭଳି ବିଭିନ୍ନ ଦାବି ଘରୋଇ ବସ ମାଲିକ ସଂଘ ରଖିଛି । ଜୁଲାଇ ପହିଲାରୁ ହେବାକୁ ଥିବା ବସ୍ ଧର୍ମଘଟ ହେବ ନା ନାହିଁ, ସେନେଇ ଆଜି ନିଷ୍ପତ୍ତି ନିଆଯିବ । ଗତକାଲି ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏଥିରେ ଜୁଲାଇ ୧ରୁ ଧର୍ମଘଟ ନେଇ ସଂଘର ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା । ୧୦ ଦଫା ଦାବି ନେଇ ଆଲୋଚନା ହୋଇଥିବା ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।




