ଜୁଲାଇରୁ ରାଜ୍ୟର ୯୦ ପ୍ରତିଶତ ପରିବାରକୁ ମିଳିବ ମାଗଣା ବିଜୁଳି

ଭୁବନେଶ୍ୱର : ନବୀନ ସରକାର ଚଳିତ ନିର୍ବାଚନରେ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ବିଜେଡି ସରକାର ଆସିଲେ ୯୦ ପ୍ରତିଶତ ଲୋକ ପାଇବେ ମାଗଣା ବିଜୁଳି I ଏନେଇ ଇସ୍ତାହାର ପ୍ରକାଶ ପାଇଛି I ଏଥିରେ କୁହାଯାଇଛି କି ବିଜେଡି ସରକାର ଗଠନ ହେଲେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ୧୦୦ ୟୁନିଟ୍ ଯାଏଁ ବ୍ୟବହାର କରୁଥିବା ସମସ୍ତ ପରିବାରର ବିଜୁଳି ବିଲ୍ ଛାଡ କରାଯିବ।ଏହାସହ ୧୦୦ ୟୁନିଟରୁ ୧୫୦ ୟୁନିଟ୍ […]

Samaya Live Picture
Published On

ଭୁବନେଶ୍ୱର : ନବୀନ ସରକାର ଚଳିତ ନିର୍ବାଚନରେ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ବିଜେଡି ସରକାର ଆସିଲେ ୯୦ ପ୍ରତିଶତ ଲୋକ ପାଇବେ ମାଗଣା ବିଜୁଳି I ଏନେଇ ଇସ୍ତାହାର ପ୍ରକାଶ ପାଇଛି I ଏଥିରେ କୁହାଯାଇଛି କି ବିଜେଡି ସରକାର ଗଠନ ହେଲେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ୧୦୦ ୟୁନିଟ୍ ଯାଏଁ ବ୍ୟବହାର କରୁଥିବା ସମସ୍ତ ପରିବାରର ବିଜୁଳି ବିଲ୍ ଛାଡ କରାଯିବ।ଏହାସହ ୧୦୦ ୟୁନିଟରୁ ୧୫୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପରିବାରକୁ ୫୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବ ।

ନବୀନ ପଟ୍ଟନାୟକ କହିଛନ୍ତି କି, ଓଡିଶାରେ ବର୍ତମାନ ୭୫ ପ୍ରତିଶତ ପରିବାର ମାସିକ ୧୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଛନ୍ତି । ସେମାନଙ୍କ ବିଜୁଳି ବିଲ୍ ଛାଡ ହେବା ପରେ ସେମାନଙ୍କର ଆର୍ଥିକ କ୍ଷମତା ବୃଦ୍ଧି ପାଇବ । ରାଜ୍ୟରେ ଅଭିବୃଦ୍ଧି ଓ ଦାରିଦ୍ର୍ୟତା ହ୍ରାସ କରିବାରେ ବିଜୁଳି ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କୁହାଯାଇଛି ।

ଓଡିଶାର ୭୫ ପ୍ରତିଶତ ପରିବାର ୧୦୦ ୟୁନିଟ୍ରୁ କମ୍ ବିଜୁଳି ବ୍ୟବହାର କରୁଥିବାବେଳେ ଏବଂ ଅବଶି‌ଷ୍ଟ ଦଶ ପ୍ରତିଶତ ୧୦୦ ରୁ ୧୫୦ ୟୁନିଟ୍ ବିଜୁଳି ଶକ୍ତି ବ୍ୟବହାର କରୁଛନ୍ତି । ଶକ୍ତି ସୁରକ୍ଷା ସହିତ ଏହି ଯୋଜନା ରାଜ୍ୟର ୮୫ରୁ ୯୦ ପ୍ରତିଶତ ଜନସଂଖ୍ୟାକୁ ଲାଭାନ୍ବିତ କରିବ।

ଏହା କେବଳ ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ନାହିଁ ବରଂ ବିଦ୍ୟୁତର ଦାୟିତ୍ବପୂର୍ଣ୍ଣ ବ୍ୟବହାର ପ୍ରତି ସଚେତନତା ସୃଷ୍ଟି କରିବା ନେଇ ଲୋକଙ୍କୁ ଉତ୍ସାହିତ କରିବ । ଏହା ରାଜ୍ୟର ସ୍ଥାୟୀ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ପକ୍ଷରୁ ଘୋଷଣା କରାଯାଇଛି।

Tags: