ଚିପ୍ ରୁ ସିପ୍ ପର୍ଯ୍ୟନ୍ତ ଭାରତ ହେବ ଆତ୍ମନିର୍ଭର – ପ୍ରଧାନମନ୍ତ୍ରୀ
ଝାରସୁଗୁଡା : ୭ମ ଥର ପାଇଁ ଓଡିଶା ଗସ୍ତରେ ଆସି ଝାରସୁଗୁଡା ଅମଲିପାଲି ପଡ଼ିଆରେ ଆୟୋଜିତ ବିଶାଳ ଯୁବ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଭାସ୍ଥଳରେ “ଜୟ ଜଗନ୍ନାଥ”ରୁ ଅଭିଭାଷଣ ଆରମ୍ଭ କରିଥିଲେ । ଏହାସହ ଓଡ଼ିଆରେ ସମସ୍ତଙ୍କୁ ଜୁହାର୍ କରିଥିଲେ ପ୍ରଧାନମନ୍ତ୍ରୀ । ଯୁବ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,”ଦେଢ଼ ବର୍ଷ ତଳେ ଆପଣମାନେ ନୂଆ ସଂକଳ୍ପ ସହ ଆଗକୁ ବଢ଼ିଥିଲେ । ଆଜି ଡବଲ୍ ଇଞ୍ଜିନ୍ ଗତିରେ […]
ଝାରସୁଗୁଡା : ୭ମ ଥର ପାଇଁ ଓଡିଶା ଗସ୍ତରେ ଆସି ଝାରସୁଗୁଡା ଅମଲିପାଲି ପଡ଼ିଆରେ ଆୟୋଜିତ ବିଶାଳ ଯୁବ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଭାସ୍ଥଳରେ “ଜୟ ଜଗନ୍ନାଥ”ରୁ ଅଭିଭାଷଣ ଆରମ୍ଭ କରିଥିଲେ । ଏହାସହ ଓଡ଼ିଆରେ ସମସ୍ତଙ୍କୁ ଜୁହାର୍ କରିଥିଲେ ପ୍ରଧାନମନ୍ତ୍ରୀ । ଯୁବ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,”ଦେଢ଼ ବର୍ଷ ତଳେ ଆପଣମାନେ ନୂଆ ସଂକଳ୍ପ ସହ ଆଗକୁ ବଢ଼ିଥିଲେ । ଆଜି ଡବଲ୍ ଇଞ୍ଜିନ୍ ଗତିରେ ଓଡ଼ିଶା ଆଗକୁ ବଢ଼ୁଛି ।”
ଏବେ ଓଡ଼ିଶା ଓ ଦେଶର ବିକାଶ ପାଇଁ ହଜାର କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ କରାଯାଉଛି । ଆଜିଠୁ ସାରା ଦେଶରେ ଆଇଆଇଟି ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହ ଓଡ଼ିଶାରେ ଶିକ୍ଷା, କୌଶଳ, ଯୋଗାଯୋଗ ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଓଡ଼ିଶାରେ ଆଗାମୀ ଦିନରେ ୧ସେମିକଣ୍ଡକ୍ଟର ୟୁନିଟ୍ ହେବାକୁ ଯାଉଛି । ଏହି ସେମିକଣ୍ଡକ୍ଟରରୁ ବାହରୁଥିବା ଚିପ୍ସ ସବୁ କାର୍ଯ୍ୟରେ ଲାଗିବ । ଏହି ଛୋଟିଆ ଚିପ୍ସ ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ । ଚିପ୍ସଠାରୁ ଆରମ୍ଭ କରି ସିପ୍ ପର୍ଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ । ଆମ ଦେଶ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ । ସ୍ୱଦେଶୀ ଜ୍ଞାନକୌଶଳରେ ସିପ୍ ନିର୍ମାଣ ପାଇଁ ୧୭ହଜାର କୋଟି ମଞ୍ଜୁର ହୋଇଛି । ଏବେ ଆମ ଦେଶ କାହା ଉପରେ ନିର୍ଭର ହେବା ଅନୁଚିତ । ସବୁ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବ ।
“ଓଡ଼ିଶାର ସାମର୍ଥ୍ୟ ଉପରେ, ଓଡ଼ିଶାର ଲୋକଙ୍କ ପ୍ରତିଭା ଉପରେ ମୋର ସବୁବେଳେ ବିଶ୍ଵାସ ରହିଛି । ଏହି ଦଶନ୍ଧି ଆପଣମାନଙ୍କ ପାଇଁ ମହତ୍ତ୍ଵପୂର୍ଣ୍ଣ । ପୂର୍ବରୁ ଯାହା କେହି ଭାବି ନଥିଲେ, ଏବେ ଯୁବପିଢ଼ିଙ୍କ ସାମର୍ଥ୍ୟ ଯୋଗୁଁ ଏହା ସମ୍ଭବ ହୋଇଛି । ପାରାଦୀପରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଶିଳ୍ପ ଉଦ୍ୟୋଗ ଆରମ୍ଭ ହେଉଛି । ଯେଉଁ ବି ଦେଶ ଆର୍ଥିକ ରୂପେ ସଶକ୍ତ ହୋଇଛି, ସେ ଦେଶ ବଡ଼ ବଡ଼ ଜାହାଜ ନିର୍ମାଣ ଉପରେ ଗୁରୁତ୍ଵ ଦେଉଛନ୍ତି । ଏଥିରୁ ସବୁଠୁ ବେଶୀ ଫାଇଦା ଯୁବପୀଢି ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସେହିପରି ଆଜି ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ସୁରତ ସହ ଆପଣଙ୍କ ସମ୍ପର୍କ କେତେ ଜରୁରୀ ତାହା ସମସ୍ତେ ଜାଣିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,”ପଶ୍ଚିମବଙ୍ଗରେ ଯେତିକି ଓଡ଼ିଆ ନାହାନ୍ତି ତାଠୁ ଅଧିକ ଓଡ଼ିଆ ସୁରଟରେ ରହୁଛନ୍ତି । ବ୍ରହ୍ମପୁର-ଉଧନା ଅମ୍ରିତ ଏକ୍ସପ୍ରେସ୍ ସେମାନଙ୍କ ପାଇଁ ଲାଭଦାୟୀ ହେବ ।
ଗରିବ, ଦଳିତ, ପଛୁଆ ବର୍ଗ, ଆଦିବାସୀଙ୍କୁ ସୁବିଧା ଯୋଗାଇ ଦେବା ଆମ ସରକାରର ଉଦ୍ଦେଶ୍ୟ । ଗରିବ ପରିବାରକୁ ପକ୍କା ଘର ମିଳିବା ଦ୍ଵାରା ଆଗାମୀ ପିଢ଼ିଙ୍କ ଜୀବନ ବି ସହଜ ହେବ । ଆମ ସରକାର ୪ କୋଟିରୁ ଅଧିକ ଗରିବ ପରିବାରକୁ ପକ୍କା ଘର ଦେଇଛି । ଓଡ଼ିଶାରେ ବି ଲକ୍ଷାଧିକ ଘର ନିର୍ମାଣ କରାଯାଉଛି ।”
ଅନ୍ୟ ଯେଉଁସବୁ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି, ସେଗୁଡ଼ିକ ରେଳ ସଂଯୋଗୀକରଣ, ଆଇଆଇଟି ଭିତ୍ତିଭୂମିର ସମ୍ପ୍ରସାରଣ, ଦକ୍ଷତା ବିକାଶ କେନ୍ଦ୍ର, ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ । ଏହି ପ୍ରକଳ୍ପଗୁଡ଼ିକ ଆମର ଏକ ବିକଶିତ ଭାରତ ନିର୍ମାଣ ଦୃଷ୍ଟିକୋଣର ଅନୁରୂପ ଯେଉଁଠାରେ ଗରିବ ଏବଂ ବଞ୍ଚିତ ଲୋକମାନେ ସବୁପ୍ରକାର ବିକାଶର ସୁବିଧା ପାଇବେ । ଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ଆଗକୁ ବଢୁଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମହଁ ମଝି କହିଛନ୍ତି ଏହି ସମାବେଶ ଯୁବବର୍ଗ ପାଇଁ ସମର୍ପିତ । କାରଣ ୨୦୧୪ ପରେ, ଦେଶର ଯୁବବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଯଥାର୍ଥ ଭାବେ ସବୁଠାରୁ ବଡ଼ ‘ଆଇକନ୍’। ଦେଶର ଯୁବବର୍ଗଙ୍କ ପାଇଁ ପ୍ରେରଣାର ସ୍ରୋତ। ଦେଶର ବିକାଶ ପାଇଁ ଆପଣ ଯେଉଁ ଚାରି ବର୍ଗଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି, ସେଥିରେ ଯୁବବର୍ଗଙ୍କ ପାଇଁ ଏକ ବିଶେଷ ସ୍ଥାନ ରହିଛି। ଯୁବବର୍ଗଙ୍କ ପାଇଁ ଆପଣ ଅନେକ ଯୋଜନା ଆରମ୍ଭ କରିଛନ୍ତି, ଯାହାର ସକାରାତ୍ମକ ପରିଣାମ ଆଜି ସ୍ପଷ୍ଟ ଭାବେ ଦେଖାଯାଉଛି।




