ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ ଗୁମର ଖୋଲିଲେ ବାନ୍ଧବୀ

ବାଲେଶ୍ୱର : ବାଲେଶ୍ବର ଏଫଏମ ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ । ଗଣମାଧ୍ୟମ ଆଗରେ ଗୁମର ଖୋଲିଛନ୍ତି ବାନ୍ଧବୀ କଶିସ୍ ଦାଶ । ସେ କହିଛନ୍ତି ଆମେ ଏବିଭିପି ସଂଗଠନରେ ଥିବାରୁ ସାଙ୍ଗକୁ ନେଇ ରାଜନୈତିକ ଷଡ଼ଯନ୍ତ୍ର ହୋଇଛି। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିନି। ତାଙ୍କ ସହ ଜମା ୧୫ଜଣ ଠିଆ ହୋଇଥିବାବେଳେ ଯିଏ ଅଭିଯୁକ୍ତ ଏଚଓଡି ସମୀର ସାରଙ୍କ ବିରୋଧରେ ୩୦୦ଜଣ ଛିଡା ହୋଇଥିଲେ। ଏହି ମାମଲାରେ ଅଭିଯୋଗ ଉଠାଇ ନେବାକୁ ସୌମ୍ୟାଶ୍ରୀଙ୍କ […]

ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ ଗୁମର ଖୋଲିଲେ ବାନ୍ଧବୀ
Samaya Live Picture
Published On

ବାଲେଶ୍ୱର : ବାଲେଶ୍ବର ଏଫଏମ ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ । ଗଣମାଧ୍ୟମ ଆଗରେ ଗୁମର ଖୋଲିଛନ୍ତି ବାନ୍ଧବୀ କଶିସ୍ ଦାଶ । ସେ କହିଛନ୍ତି ଆମେ ଏବିଭିପି ସଂଗଠନରେ ଥିବାରୁ ସାଙ୍ଗକୁ ନେଇ ରାଜନୈତିକ ଷଡ଼ଯନ୍ତ୍ର ହୋଇଛି। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିନି। ତାଙ୍କ ସହ ଜମା ୧୫ଜଣ ଠିଆ ହୋଇଥିବାବେଳେ ଯିଏ ଅଭିଯୁକ୍ତ ଏଚଓଡି ସମୀର ସାରଙ୍କ ବିରୋଧରେ ୩୦୦ଜଣ ଛିଡା ହୋଇଥିଲେ। ଏହି ମାମଲାରେ ଅଭିଯୋଗ ଉଠାଇ ନେବାକୁ ସୌମ୍ୟାଶ୍ରୀଙ୍କ ଉପରେ ବିରୋଧୀ ପକ୍ଷରୁ ପ୍ରବଳ ଚାପ ପକାଯାଇଥିଲା। ସମସ୍ତେ ଏହି ମାମଲାରେ ସୌମ୍ୟାଶ୍ରୀଙ୍କ ଚରିତ୍ର ସଂହାର କରିଥିଲେ। ଏପରିକି ଏହି ଘଟଣାରେ କିଛି ଜଣ ସୋସିଆଲ ମିଡିଆରେ ମଧ୍ୟ କମେଣ୍ଟ ଦଇଥିଲେ । ଯେତେବେଳେ ଏହିକଥା ସୋମ୍ୟାଶ୍ରୀ ଜାଣିବାକୁ ପାଇଲେ ତାଙ୍କୁ ପ୍ରମାଣ ଦେବାକୁ କୁହାଯାଇଥିଲା। ଅନ୍ୟ ଉପାୟ ନ ପାଇ ସେ ନିଜକୁ ଜାଳି ଦେଇଥିଲେ। ଏହି ଘଟଣାରେ ଖାଲି ସୌମ୍ୟାଶ୍ରୀ ଜଳିନାହିଁ ଆମେ ମଧ୍ୟ ଜଳୁଛୁ ଏବଂ ଯେତେଦିନ ଯାଏଁ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନମିଳିଛି ସେତେଦିନ ଯାଏଁ ଜଳୁଥିବୁ I ଯେଉଁମାନେ ଅଭିଯୁକ୍ତଙ୍କ ସହ ଛିଡା ହୋଇଥିଲେ ସେମାନେ ଯଦି ପଲଟିକାଲ ଏଜେଣ୍ଡା ଭୁଲି ଆମ ସହ ଛିଡା ହୋଇଥାନ୍ତେ ତେବେ ପୀଡିତା ବଞ୍ଚିଯାଇ ପାରିଥାନ୍ତେ। ଯେଉଁଦିନ ପେଟ୍ରୋଲ କେଉଁଠୁ ଆସିଥିଲା ଜଣାପଡ଼ିବ ସେଦିନ ଅଧା ତଦନ୍ତ ସରିଯିବ ବୋଲି କହିଛନ୍ତି କଶିସ୍।

ସେହିପରି ଛାତ୍ରୀଙ୍କୁ ଯୌନ ର୍ନିଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏଚଓଡି ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା, ତାଙ୍କୁ HOD ପଦରୁ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିଥିଲା । ଏକଥା ଗଣମାଧ୍ୟମ ଆଗରେ କହିଛନ୍ତି, କମିଟିର ଜଣେ ସଦସ୍ୟା ମିନତୀ ସିରି । ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତାଙ୍କ ସୁପାରିସ ଅନୁସାରେ ପଦକ୍ଷେପ ନିଆଯାଇଥାନ୍ତା, ତାହେଲେ ହୁଏତ ଏଭଳି ଘଟଣା ଘଟିନଥାନ୍ତା । କମିଟିର ରିପୋର୍ଟକୁ ଚାପି ଦେଇଥିଲେ କଲେଜର ଅଧ୍ୟକ୍ଷ । ସୌମ୍ୟାଙ୍କ ମୃତ୍ୟୁରେ ଅନେକ ଲୋକ ଜଡିତ ଅଛନ୍ତି। କେବଳ ପ୍ରିନ୍ସପାଲ ଓ ଏଚଓଡି ନୁହେଁ। ପୂଙ୍ଖାନୁପୁଙ୍ଖ ତଦନ୍ତ ହେଲେ ଅସଲ ସତ ଜଣାପଡିବ।

Tags: