ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଯାହା ଫଳରେ ରେଳଯାତ୍ରା ବାଧାପ୍ରାପ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରେ ଏକ ମାଲବାହୀ ଟ୍ରେନ ରାୟପୁର ପଟୁ ଆସୁଥିଲା। କୌଣସି କାରଣରୁ ଟ୍ରେନର ୪ଟି ବଗି ଲାଇନଚୁତ ହୋଇଥିଲା । ଫଳରେ ଟ୍ରେନରେ ଚାଉଳ ବୋଝେଇ ହୋଇ ଆସୁଥିବା ବେଳେ ବିପୁଳ ପରିମାଣରେ ଚାଉଳ ନଷ୍ଟ ହୋଇଥିବା ଜଣାପଡିଛି । ତେବେ ଏଥିରେ କୌଣସି ଜୀବନହାନୀ […]
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଯାହା ଫଳରେ ରେଳଯାତ୍ରା ବାଧାପ୍ରାପ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରେ ଏକ ମାଲବାହୀ ଟ୍ରେନ ରାୟପୁର ପଟୁ ଆସୁଥିଲା। କୌଣସି କାରଣରୁ ଟ୍ରେନର ୪ଟି ବଗି ଲାଇନଚୁତ ହୋଇଥିଲା । ଫଳରେ ଟ୍ରେନରେ ଚାଉଳ ବୋଝେଇ ହୋଇ ଆସୁଥିବା ବେଳେ ବିପୁଳ ପରିମାଣରେ ଚାଉଳ ନଷ୍ଟ ହୋଇଥିବା ଜଣାପଡିଛି । ତେବେ ଏଥିରେ କୌଣସି ଜୀବନହାନୀ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା କ୍ରେନ୍ ସାହାଯ୍ୟରେ ବଗି ପୁନଃ ଲାଇନରେ ଅବସ୍ଥାପିତ କରାଯାଉଛି । ତେବେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବାରୁ ୨ଟି ଏକ୍ସପ୍ରେସ ବାତିଲ କରାଯାଇଛି। ରାୟପୁର-ଟିଟିଲାଗଡ଼, ଜୁନାଗଡ଼ ରୋଡ-ରାୟପୁର ଏକ୍ସପ୍ରେସ ବାତିଲ ହୋଇଛି। ଘଟଣାସ୍ଥଳରେ ସମ୍ବଲପୁର ଡିଆରଏମ୍ଙ୍କ ସହ ବରିଷ୍ଠ କର୍ମଚାରୀ ଉପସ୍ଥିତ ଅଛନ୍ତି।




