ମାଲବାହୀ ଟ୍ରେନ ବଗି ଲାଇନ୍ଚ୍ୟୁତ

ପାରାଦୀପ : ମାଲବାହୀ ଟ୍ରେନ ଲାଇନ୍ଚ୍ୟୁତ । ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲବାହୀ ଟ୍ରେନ ଇଞ୍ଜିନରୁ ୧୭ଟି ବଗି ଖସି ଯାଇଥିଲା । ଆଉ ଗୋଟିଏ ବଗି ଓଲଟି ପଡିଥିବା ବେଳେ ଗୋଟିଏ ଅଧା ଅଣେଇ ହୋଇ ରହି ଥିବାବେଳେ ଟ୍ରାକରୁ ଆଉ ୪ଟି ବଗି ଯାଇଥିଲା । ପାରାଦ୍ଵୀପ ବନ୍ଦର ଭିତରକୁ ଏହି ବଗି ଗୁଡିକୁ ନେଇ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ମାଲବାହୀ ଟ୍ରେନ। ଆଜି ପୂର୍ବାହ୍ଣ ୧୧ଟା ସମୟରେ ଟ୍ରେନଟି ମାଲ ଲୋଡିଂ […]

Samaya Live Picture
Published On

ପାରାଦୀପ : ମାଲବାହୀ ଟ୍ରେନ ଲାଇନ୍ଚ୍ୟୁତ । ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲବାହୀ ଟ୍ରେନ ଇଞ୍ଜିନରୁ ୧୭ଟି ବଗି ଖସି ଯାଇଥିଲା । ଆଉ ଗୋଟିଏ ବଗି ଓଲଟି ପଡିଥିବା ବେଳେ ଗୋଟିଏ ଅଧା ଅଣେଇ ହୋଇ ରହି ଥିବାବେଳେ ଟ୍ରାକରୁ ଆଉ ୪ଟି ବଗି ଯାଇଥିଲା । ପାରାଦ୍ଵୀପ ବନ୍ଦର ଭିତରକୁ ଏହି ବଗି ଗୁଡିକୁ ନେଇ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ମାଲବାହୀ ଟ୍ରେନ।

ଆଜି ପୂର୍ବାହ୍ଣ ୧୧ଟା ସମୟରେ ଟ୍ରେନଟି ମାଲ ଲୋଡିଂ ପାଇଁ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିଲା। ଏହି ଟ୍ରେନ ରେ ଖାଲି ରହିଥିବା କିଛି ଡ୍ୟାମେଜ ବଗି ବନ୍ଦର ମଧ୍ୟକୁ ଯାଉଥିଲା । ଲାଇନଚ୍ୟୁତ ଯୋଗୁ ରେଲୱେ ଟ୍ରାକ ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷ ଓ ବନ୍ଦର ଅଧିକାରୀ ପହଞ୍ଚି ଟ୍ରେନ ଲାଇନ କୁ ସଫା କରୁଛନ୍ତି ।

Tags: