କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଟଙ୍କା ଆଦାୟ,ଠକ ଗିରଫ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଲୋକଙ୍କୁ ଠକୁଥିବା ଜଣେ ଲୋକଙ୍କୁ ବାନ୍ଧିଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ ରାଜେନ୍ଦ୍ର ସାହୁ । ସେ ନିଜକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା ପରିଚୟ ଦେଇ ଚାକିରି, ବଦଳି ଓ ପେଟ୍ରୋଲ ପମ୍ପ କରାଇଦେବାକୁ କହି ଲୋକଙ୍କୁ ଠକିଛି କୋଟି କୋଟି ଟଙ୍କା । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ଠକ ରାହୁଲ ସାହୁଙ୍କୁ ଲୋକମାନେ ପୁଲିସ ଜିମା ଦେଇଛନ୍ତି। ସେ ସବୁବେଳେ ଲୋକଙ୍କୁ […]

Samaya Live Picture
Published On

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଲୋକଙ୍କୁ ଠକୁଥିବା ଜଣେ ଲୋକଙ୍କୁ ବାନ୍ଧିଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ ରାଜେନ୍ଦ୍ର ସାହୁ । ସେ ନିଜକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା ପରିଚୟ ଦେଇ ଚାକିରି, ବଦଳି ଓ ପେଟ୍ରୋଲ ପମ୍ପ କରାଇଦେବାକୁ କହି ଲୋକଙ୍କୁ ଠକିଛି କୋଟି କୋଟି ଟଙ୍କା । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ଠକ ରାହୁଲ ସାହୁଙ୍କୁ ଲୋକମାନେ ପୁଲିସ ଜିମା ଦେଇଛନ୍ତି।

ସେ ସବୁବେଳେ ଲୋକଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଉଥିଲେ । ନିଜ ସୋସିଆଲ ମିଡିଆରେ ବଡ଼ ବଡ଼ ନେତା ମନ୍ତ୍ରୀଙ୍କ ପାଖରେ ଛିଡ଼ା ହୋଇଥିବା ଫଟୋ ପୋଷ୍ଟ କରୁଥିଲେ । ତାହାକୁ ଦେଖାଇ ସେ ଲୁଟିଥିଲେ । କିନ୍ତୁ ପରେ ସେ ଧରାଛୁଆଁ ଦେଇ ନ ଥିଲେ ।

ରାହୁଲ ମାଷ୍ଟର କ୍ୟାଣ୍ଟିନ ନିକଟ ଏକ ଲାଜରେ ରହୁଥିଲା । କିଛି ବିଜେପି କର୍ମୀ ଏବାବଦରେ ଜାଣିବା ପରେ ଗତକାଲି ରାତିରେ ଲଜ ଭିତରୁ ରାହୁଲକୁ ଧରି କ୍ୟାପିଟାଲ ପୋଲିସ ରେ ଜିମା ଦେଇଛନ୍ତି । ରାହୁଲକୁ ଅଟକ ରଖି ପୋଲିସ ତାର ଫୋନ ଜବତ କରିବା ସହ ପଚରାଉଚରା କରୁଛି ।

Tags: