ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା: ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର:ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ।ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଚାଲିଛି ଯାଞ୍ଚ।ଏନେଇ ବିସ୍ତୃତ ତଥ୍ୟ ଦେଲା ସୂଚନା ଓ ଲୋକସଂପର୍କ ବିଭାଗ। ଡିସେମ୍ବର ୬ ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଅଯୋଗ୍ୟ ତାଲିକା। ବ୍ଲକ, ସହରାଞ୍ଚଳ, ମହାନଗରନିଗମ ସ୍ତରରେ ପ୍ରକାଶ ପାଇବ ତାଲିକା। ଏହାପରେ ଆଉ ୭ ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ବରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]

Samaya Live Picture
Published On

ଭୁବନେଶ୍ୱର:ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ।ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଚାଲିଛି ଯାଞ୍ଚ।ଏନେଇ ବିସ୍ତୃତ ତଥ୍ୟ ଦେଲା ସୂଚନା ଓ ଲୋକସଂପର୍କ ବିଭାଗ। ଡିସେମ୍ବର ୬ ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଅଯୋଗ୍ୟ ତାଲିକା। ବ୍ଲକ, ସହରାଞ୍ଚଳ, ମହାନଗରନିଗମ ସ୍ତରରେ ପ୍ରକାଶ ପାଇବ ତାଲିକା। ଏହାପରେ ଆଉ ୭ ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ।

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ବରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ବାରିପଦାରୁ ଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ରୁ ଟଙ୍କା ରିଲିଜ କରାଯାଇଥିଲା। ତେବେ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାୱାରୀ ଯାଞ୍ଚ ଆରମ୍ଭ ହୋଇଛି। ଯେଉଁ ସ୍ଥାନ ଗୁଡ଼ିକରେ କମ ପଞ୍ଚୀକରଣ ହୋଇଛି ସେହି ସ୍ଥାନକୁ ସରକାର ଫୋକସରେ ରଖିଛନ୍ତି।

Tags: