୪ ମହଲା କୋଠା ଭୁଶୁଡି ୪ ଜଣଙ୍କ ମୃତ୍ୟୁ,ସିସିଟିଭି ରେ କଏଦ ହେଲା ଦୃଶ୍ୟ
ନୂଆଦିଲ୍ଲୀ : କୋଠା ଘର ଭୁଶୁଡି ୪ ଜଣଙ୍କ ମୃତ୍ୟୁ । ଉତ୍ତର-ପୂର୍ବ ଦିଲ୍ଲୀର ମୁସ୍ତାଫାବାଦରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି I ବର୍ତମାନ ସୁଦ୍ଧା ଭଙ୍ଗ କୋଠା ଘର ତଳୁ ୧୪ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ସେଠାରେ ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ବିଳମ୍ବିତ ରାତି ପାଖାପାଖି ୩ଟାରେ କୋଠା ଭୁଷୁଡ଼ିବା ନେଇ […]
ନୂଆଦିଲ୍ଲୀ : କୋଠା ଘର ଭୁଶୁଡି ୪ ଜଣଙ୍କ ମୃତ୍ୟୁ । ଉତ୍ତର-ପୂର୍ବ ଦିଲ୍ଲୀର ମୁସ୍ତାଫାବାଦରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି I ବର୍ତମାନ ସୁଦ୍ଧା ଭଙ୍ଗ କୋଠା ଘର ତଳୁ ୧୪ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ସେଠାରେ ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ବିଳମ୍ବିତ ରାତି ପାଖାପାଖି ୩ଟାରେ କୋଠା ଭୁଷୁଡ଼ିବା ନେଇ ଅଗ୍ନିଶମ ବିଭାଗକୁ ଫୋନ ଆସିଥିଲା । ଏନ୍ଡିଆର୍ଏଫ୍, ଅଗ୍ନିଶମ କର୍ମଚାରୀ ଏବଂ ଦିଲ୍ଲୀ ପୋଲିସର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । CCTV ଫୁଟେଜରେ, ଭୁଶୁଡ଼ିବାର ସଠିକ ମୁହୂର୍ତ୍ତ ବା ସମୟ କଏଦ ହୋଇଛି। ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ପୋଲିସ ସୂଚନାନୁଯାୟୀ,
CCTV କ୍ୟାମେରାରେ ହଠାତ୍ ସ୍ପାର୍କିଂ ଏବଂ ଗଳିରେ ଘନ ଧୂଳିର ମେଘ ଦେଖିବାକୁ ମିଳିଛି। ଯାହାଫଳରେ ଆଉ କିଛି କ୍ୟାମେରରେ ଦେଖାଯାଇନାହିଁ। ଗତ ସପ୍ତାହରେ, ଦିଲ୍ଲୀ-NCR ଅଞ୍ଚଳରେ ପୃଥକ୍ ଘଟଣାରେ ଏକ କୋଠା ଭୁଶୁଡ଼ିବା ଏବଂ ଏକ କାନ୍ଥ ଭୁଶୁଡ଼ିବା ଘଟଣାର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ତିନି ଜଣ ଆହତ ହୋଇଥିଲେ।




