ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ
ନବରଙ୍ଗପୁର : ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ । ପାଇଖାନା ଟାଙ୍କି ସଫା ବେଳେ ଶ୍ବାସରୁଦ୍ଧ ହୋଇ ୪ଜଣଙ୍କ ଜୀବନ ଯାଇଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡ଼ଲଗୁଡ଼ାରେ ଘଟିଛି ଏହି ଅଭାବନୀୟ ଘଟଣା । ଟାଙ୍କି ଭିତରକୁ ଯିବା ପରେ ସେମାନଙ୍କର ଶ୍ବାସରୁଦ୍ଧ ହୋଇ ବାହାରି ପାରିନଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କିରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି […]
ନବରଙ୍ଗପୁର : ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ । ପାଇଖାନା ଟାଙ୍କି ସଫା ବେଳେ ଶ୍ବାସରୁଦ୍ଧ ହୋଇ ୪ଜଣଙ୍କ ଜୀବନ ଯାଇଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡ଼ଲଗୁଡ଼ାରେ ଘଟିଛି
ଏହି ଅଭାବନୀୟ ଘଟଣା । ଟାଙ୍କି ଭିତରକୁ ଯିବା ପରେ ସେମାନଙ୍କର ଶ୍ବାସରୁଦ୍ଧ ହୋଇ ବାହାରି ପାରିନଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କିରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ସମସ୍ତ ୪ ଜଣ ଯାକ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।




