ହୀରାକୁଦରେ ୪ ଟି ଗେଟ ବନ୍ଦ

ସମ୍ବଲପୁର : ଆଜି ସକା‌ଳେ ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ କରିଦିଆଯାଇଛି। ଉପରମୁଣ୍ଡରେ ଜଳପ୍ରବାହ କମିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଫଳରେ ଏବେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏଥିଭିତରୁ ବାମ ପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଖୋଲାଯାଇଛି। ସୂଚନାଯୋଗ୍ୟ, ଗତକାଲି ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ୨ଟି ପର୍ଯ୍ୟାୟରେ ହୀରାକୁଦର ୮ଟି ଗେଟ୍‌ ଖୋଲାଯାଇଥିଲା। ଏଥିସହିତ ମୋଟ ଖୋଲା ଯାଇଥିବା ଗେଟ୍‌ ସଂଖ୍ୟା ୨୪କୁ […]

ହୀରାକୁଦରେ ୪ ଟି ଗେଟ ବନ୍ଦ
Samaya Live Picture
Published On

ସମ୍ବଲପୁର : ଆଜି ସକା‌ଳେ ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ କରିଦିଆଯାଇଛି। ଉପରମୁଣ୍ଡରେ ଜଳପ୍ରବାହ କମିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଫଳରେ ଏବେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏଥିଭିତରୁ ବାମ ପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଖୋଲାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ୨ଟି ପର୍ଯ୍ୟାୟରେ ହୀରାକୁଦର ୮ଟି ଗେଟ୍‌ ଖୋଲାଯାଇଥିଲା। ଏଥିସହିତ ମୋଟ ଖୋଲା ଯାଇଥିବା ଗେଟ୍‌ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା। ଗତ ୩ ଦିନ ଧରି ଉପର ମୁଣ୍ଡରେ ବର୍ଷା ଫଳରେ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଥିଲା। ଆଜି ସୁଦ୍ଧା ହୀରାକୁଦର ଜଳସ୍ତର କମିଥିବାରୁ ୪ ଟି ଗେଟ୍କୁ ବନ୍ଦ କରିବା ନିଷ୍ପତି ନିଆଯାଇଛି ।

ଅନ୍ୟପଟେ ସମ୍ବଲପୁର -ସୁବର୍ଣ୍ଣପୁର ରାସ୍ତାରେ ଚାଲୁଛି ୩ ଫୁଟର ପାଣି । ଫଳରେ ସମ୍ବଲପୁର ଗୁଣ୍ଡେରପୁର ବ୍ରିଜ ବୁଡ଼ିଯାଇଛି । ସମ୍ବଲପୁର ସୁବର୍ଣ୍ଣପୁର ଓ ବୌଦ୍ଧ ମୁଖ୍ୟ ରାସ୍ତାରେ ମହାନଦୀ ପାଣି ମାଡି । ବିଭିନ୍ନ ସ୍ଥାନକୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Tags: