ପୃଥକ ସ୍ଥାନରେ ବସ ଦୁର୍ଘଟଣା ଘଟି ପ୍ରଧାନ ଶିକ୍ଷକଙ୍କ ସହ ୪ ମୃତ

ବ୍ରହ୍ମପୁର/ନୟାଗଡ଼/ନବରଙ୍ଗପୁର : ସ୍କୁଲ ଯାଉଥିବା ବେଳେ ଚାଲିଗଲା ଜୀବନ । ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଦିଗପହଣ୍ଡି ଥାନା କୈଠଖଣ୍ଡି ନିକଟରେ ଦୁର୍ଘଟଣାରେ ନୂଆଗଡ଼ ଗାଁର କୁରେଶୁ ପାତ୍ରଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ କୁରେଶୁ ପାତ୍ର ଦିଗପହଣ୍ଡିରୁ ମଧୁବନ ଗାଁ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ବେଳେ ଘୋଡ଼ାହାଡ଼ ଡ୍ୟାମ ପଟୁ ଆସୁଥିବା ବସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରାସ୍ତା ଉପରେ ଛିଟିକି ହୋଇ ପଡିଥିଲେ ପ୍ରଧାନଶିକ୍ଷକ । […]

Samaya Live Picture
Published On

ବ୍ରହ୍ମପୁର/ନୟାଗଡ଼/ନବରଙ୍ଗପୁର : ସ୍କୁଲ ଯାଉଥିବା ବେଳେ ଚାଲିଗଲା ଜୀବନ । ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଦିଗପହଣ୍ଡି ଥାନା କୈଠଖଣ୍ଡି ନିକଟରେ ଦୁର୍ଘଟଣାରେ ନୂଆଗଡ଼ ଗାଁର କୁରେଶୁ ପାତ୍ରଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ କୁରେଶୁ ପାତ୍ର ଦିଗପହଣ୍ଡିରୁ ମଧୁବନ ଗାଁ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ବେଳେ ଘୋଡ଼ାହାଡ଼ ଡ୍ୟାମ ପଟୁ ଆସୁଥିବା ବସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରାସ୍ତା ଉପରେ ଛିଟିକି ହୋଇ ପଡିଥିଲେ ପ୍ରଧାନଶିକ୍ଷକ । ଗୁରୁତର ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

ସେହିପରି , ଖୋର୍ଦ୍ଧାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥ ଟିକାତାଳ ଆଦର୍ଶ ବିଦ୍ୟାଳୟ ନିକଟରେ କାର୍ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାର ପରିଣାମ ଏତେ ଭୟଙ୍କର ଥିଲା ଯେ କାର୍ ଭିତରେ ଚାପି ହୋଇ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ବସରେ ଥିବା ୨ ଜଣ ଯାତ୍ରୀଆହତ ହୋଇଛନ୍ତି । ଘଟଣାସ୍ଥଳରେ ବେଗୁନିଆ ପୋଲିସ ସହ ଅଗ୍ନିଶମ ବାହିନୀ ପହଞ୍ଚି କାରର ଡୋର କାଟି ସ୍ୱାମୀ ସ୍ତ୍ରୀଙ୍କୁ ବାହାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିବା ସହିତ ବସରେ ଥିବା ଆହତ ଯାତ୍ରୀଙ୍କୁ ଭର୍ତି କରିଥିଲା । ବର୍ତ୍ତମାନ ଯାଏଁ ମୃତକଙ୍କ ପରିଚୟ ମିଳିନଥିବା ବେଳେ ବେଗୁନିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ,ନବରଙ୍ଗପୁର ଜିଲ୍ଲା ତାରାଗାଁ ଛକ ନିକଟରେ ମଧ୍ୟ ଘଟିଛି ଆଉ ଏକ ବସ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏସବିଟି ନାମକ ଏକ ଘରୋଇ ବସ୍‌ ୪୦ ଜଣ ଯାତ୍ରୀଙ୍କୁ ନେଇ ରାଇଘରରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ତାରାଗାଁ ଛକ ନିକଟରେ ବସ୍‌ଟିର ଟାୟାର ଫାଟି ଯାଇଥିଲା । ଫଳରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଉକ୍ତ ବସ୍‌ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରି ପୋଲିସ ।

Tags: