ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଚଣ୍ଡିଖୋଲ: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ୪ଜଣ ଗିରଫ ହୋଇଛନ୍ତି। ଧର୍ମଶାଳା ପୁଲିସ ଅଭିଯୁକ୍ତ ୪ଜଣଙ୍କ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଆରୁହା ଗାଁ ହିଙ୍ଗୁଳା ଯଜ୍ଞକୁ ଯିବାବେଳେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ କରି ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଧର୍ମଶାଳା ପୋଲିସ । ଘଟନାନୁସାରେ, ୧୩ତାରିଖ ଦିନ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକର ଆରୁହା ଗ୍ରାମରେ […]

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ
Samaya Live Picture
Published On

ଚଣ୍ଡିଖୋଲ: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ୪ଜଣ ଗିରଫ ହୋଇଛନ୍ତି। ଧର୍ମଶାଳା ପୁଲିସ ଅଭିଯୁକ୍ତ ୪ଜଣଙ୍କ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଆରୁହା ଗାଁ ହିଙ୍ଗୁଳା ଯଜ୍ଞକୁ ଯିବାବେଳେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ କରି ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଧର୍ମଶାଳା ପୋଲିସ ।

ଘଟନାନୁସାରେ, ୧୩ତାରିଖ ଦିନ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକର ଆରୁହା ଗ୍ରାମରେ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମା’ଙ୍କ ଦର୍ଶନ କରିବାକୁ ନିଜର ସମର୍ଥକ ମାନଙ୍କ ସହ ଯାଉଥିଲେ । କିନ୍ତୁ ଯଜ୍ଞକୁ ଯିବା ପୂର୍ବରୁ କିଛି ଲୋକ ଠେଙ୍ଗା ବାଡି ଧରି ପ୍ରଣବଙ୍କୁ ଅଟକାଇବା ସହ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏପରିକି କିଛି ଆକ୍ରମଣକାରୀ ପ୍ରାଣବଙ୍କୁ ଗାଡିକୁ ଠେଙ୍ଗାରେ ପିଟିବାରୁ ଗାଡିର ବନେଟ ଚେପା ହୋଇଯାଇଥିଲା । ଘଟଣାର ଖବର ପାଇଁ ଜେନାପୁର ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

Tags: