ଆଜି ପୁରୀ ଗସ୍ତରେ ଆସୁଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଆଜି ପୁରୀ ଗସ୍ତରେ ଆସୁଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ I ଅପରାହ୍ନ ୫.୧୦ରେ ସେ ପୁରୀ ସ୍ଥିତ ରାଜଭବନରେ ପହଞ୍ଚିବେ I ସୂଚନାନୁସାରେ ,ସେଠାରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଂଚି କିଛି ସମୟ ବିଶ୍ରାମ କରି ସଂଧ୍ୟା ୬ଟା ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ I ଶ୍ରୀମନ୍ଦିର ଭିତରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ନେବା ସହ ପାର୍ଶ୍ୱଦେବାଦେବୀଙ୍କୁ ଦର୍ଶନ କରିବେ I ସଂଧ୍ୟା […]

Samaya Live Picture
Published On

ପୁରୀ: ଆଜି ପୁରୀ ଗସ୍ତରେ ଆସୁଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ I ଅପରାହ୍ନ ୫.୧୦ରେ ସେ ପୁରୀ ସ୍ଥିତ ରାଜଭବନରେ ପହଞ୍ଚିବେ I
ସୂଚନାନୁସାରେ ,ସେଠାରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଂଚି କିଛି ସମୟ ବିଶ୍ରାମ କରି ସଂଧ୍ୟା ୬ଟା ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ I ଶ୍ରୀମନ୍ଦିର ଭିତରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ନେବା ସହ ପାର୍ଶ୍ୱଦେବାଦେବୀଙ୍କୁ ଦର୍ଶନ କରିବେ I ସଂଧ୍ୟା ୬.୩୦ ମିନିଟରେ ଦର୍ଶନ ସାରି ଶ୍ରୀମନ୍ଦିରରୁ ବାହାରି ପୁର୍ନବାର ରାଜଭବନ ଅଭିମୁଖେ ବାହାରି ୭.୧୫ ସମୟରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ I ପୂର୍ବତନ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ନିମନ୍ତେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି I ଏନେଇ ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି I ରାମନାଥ କୋବିନ୍ଦଙ୍କ ଦର୍ଶନ ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନରେ କୌଣସି ବାଧା ଉପୁଜିବ ନାହିଁ ଓ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ ବୋଲି କହିଛନ୍ତି ଏସପି ବିଶାଲ୍ ସିଂହ I

Tags: